ଆଜି ଓଡ଼ିଶା ଫେରିବେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ଦିନ ୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ତେବେ ଚିକିତ୍ସା ପାଇଁ ଜୁନ୍ ୨୦ ତାରିଖରେ ମୁମ୍ୱାଇ ଯାଇଥିଲେ ନବୀନ ପଟ୍ଟନାୟକ । ଏହାପରେ ଜୁନ୍ ୨୪ରେ ହୋଇଥିଲା ନବୀନଙ୍କ ଅସ୍ତ୍ରୋପଚାର । ଜୁଲାଇ ୭ ତାରିଖରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ନବୀନ । ହେଲେ ସେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଓଡ଼ିଶା ଫେରିନଥିଲେ । କିନ୍ତୁ ନବୀନ ଆଉ ଗୋଟିଏ ଦିନ ପରେ ଓଡ଼ିଶା ଫେରିବେ ବୋଲି ସୂଚନା ମିଳିଛି । ନବୀନ ମୁମ୍ୱାଇରେ ଥିଲେ ସତ, କିନ୍ତୁ ଓଡ଼ିଶାର ଟିକିନିଖି ଖବର ଉପରେ ସେ ନଜର ରଖିଥିଲେ । ସେତିପାଇଁ ତ ଓଡ଼ିଶାର ଘଟଣା ଦୁର୍ଘଟଣା ସମ୍ପର୍କରେ ଟ୍ୱିଟ୍ କରି ନିଜ କଥା ରଖୁଥିଲେ ।
ଆଜି ଓଡ଼ିଶା ଫେରିବେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ।

Leave a Reply