ମିଆଁମାରରେ ଘଟିଥିବା ପ୍ରଳୟଙ୍କରୀ ଭୂକମ୍ପର କରୁଣଚିତ୍ର ଆଜି ବି ସମସ୍ତଙ୍କ ଲୋମ ଟାଙ୍କୁରି ଦଉଛି। ୭.୭ ତୀବ୍ରତାର ଭୂକମ୍ପରେ ଛିନଭିନ ହୋଇଯାଇଥିଲା ମିଆଁମାର । ଏହାର ପ୍ରଭାବ ଥାଇଲାଣ୍ଡ, ଭାରତ, ଚୀନ, ବାଂଲାଦେଶରେ ପଡିଥିଲା । ତେବେ ଏବେବି ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ମୃତ୍ୟୁସଂଖ୍ୟା ୨ ହଜାର ୫୬ ହୋଇଥିବା ବେଳେ ଆହତଙ୍କ ସଂଖ୍ୟା ପ୍ରାୟ ଚାରି ହଜାର ଟପିଲାଣି । ଗତ ମାର୍ଚ୍ଚ ୨୮ରେ ଘଟିଥିବା ବିଭୀଷିକାରେ ବର୍ତ୍ତମାନ ସୁଦ୍ଧା ୨୭୦ ଜଣ ନିଖୋଜ ଥିବା ସୂଚନା ମିଳିଛି । ସେପଟେ ମିଆଁମାରର ଜୁଣ୍ଟା ସରକାର ମୃତକଙ୍କ ଉଦ୍ଦେଶ୍ୟରେ ସାତଦିନିଆ ଜାତୀୟ ଶୋକ ସପ୍ତାହ ପାଳନ କରୁଛି । ଏବେ ବି ଅନେକ ମୃତଦେହ ଭଗ୍ନସ୍ତୂପ ତଳେ ପୋତି ହୋଇଥିବା କୁହାଯାଉଛି
ମିଆଁମାରରେ ବଢ଼ୁଛି ମୃତକଙ୍କ ସଂଖ୍ୟା: ୨ହଜାର ମୃତ୍ୟୁ,୪ହଜାର ଆହତ

Leave a Reply