ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ୨୦୨୫ ର ଶୁଭାରମ୍ଭ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ସବୁ ଟିମ୍ ନିଜେ ନିଜର ମୂଳଦୁଆକୁ ମଜବୁତ୍ କରିବାରେ ଲାଗିଗଲେଣୀ । ଚେନ୍ନାଇ ସୁପର୍ କିଙ୍ଗ୍ସ ଟିମ୍ ମଧ୍ୟ ମୈଦାନରେ ଓହ୍ଲାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲାଣି । ୟେଲୋ ଜର୍ସି ଟିମର ଅନ୍ୟ ଖେଳାଳିଙ୍କ ସମେତ ଟିମ୍ ର ଫେମସ୍ ଫେସ୍ ଏବଂ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ମଧ୍ୟ ଜୋରଦାର୍ ପ୍ରସ୍ତୁତିରେ ଲାଗିଛନ୍ତି । ତେବେ ଏହାରି ଭିତରେ ମାହିଙ୍କ ଏକ ଲୁକ୍ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚାରେ ଆଇପିଏଲ୍ ର ଫେମ୍ ମହେନ୍ଦ୍ର ସିଂ ଧୋନୀ।
ସବୁବେଳେ ଭିନ୍ନ ଅନ୍ଦାଜରେ ନଜର ଆସୁଥିବା ପୂର୍ବତନ କ୍ୟାପଟେନ୍ କୁଲ ଏବେ ଆଉ ଏକ ନୂଆ ଅନ୍ଦାଜ୍ ନଜର ଆସିଛନ୍ତି। ନିକଟରେ ଏକ ବିଜ୍ଞାପନରେ ବଲିଉଡ୍ ଅଭିନେତା ରଣବୀର କପୁରଙ୍କ ‘ଆନିମଲ୍’ ଫିଲ୍ମର ଚରିତ୍ରର ଅନୁକରଣ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ଥାଲ୍ଲା । ଏହି ବିଜ୍ଞାପନଟି ଏକ ଇଲେକ୍ଟ୍ରିକ୍ ସାଇକେଲ୍ କମ୍ପାନୀ ପାଇଁ ତିଆରି କରାଯାଇଛି । ଯେଉଁଥିରେ ଧୋନୀ ଲମ୍ବା କେଶ ରଖି ରଣବୀର କପୁରଙ୍କୁ ଅନୁକରଣ କରୁଥିବାର ନଜର ଆସିଛି। ତାଙ୍କ ଭଳି ଅବିକଳ ଅଭିନୟ ସହ ସେହି ଫିଲ୍ମର ଡାଇଲଗ୍ ମଧ୍ୟ କହୁଛନ୍ତି। ଯାହା ଦେଖି ତାଙ୍କ ଫ୍ୟାନ୍ସମାନେ ବହୁତ ଉସ୍ଥାହିତ ଅଛନ୍ତି।
Leave a Reply