ଆଜି ଇନ୍ଦ୍ରାବତୀ ଘାଟରେ ଆତ୍ମସମର୍ପଣ କରିବେ ୧୭୦ରୁ ଅଧିକ ମାଓବାଦୀ

ଅକ୍ଷର ବ୍ୟୁରୋ: ଛତିଶଗଡ଼ ଜଗଦଲପୁରରେ ଆତ୍ମସମର୍ପଣ କରିବେ ୧୭୦ରୁ ଅଧିକ ମାଓବାଦୀ । ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏଙ୍କ ନିକଟରେ ଆତ୍ମସମର୍ପଣ କରିବେ ସମସ୍ତ ମାଓବାଦୀ । ମହାରାଷ୍ଟ୍ର ଓ ଛତିଶଗଡ଼ରେ ମାଓବାଦୀଙ୍କ ଆତ୍ମସମର୍ପଣ ଧାରା ଜାରି ରହିଥିବା ବେଳେ, ଆଜି ବି ବନ୍ଧୁକ ଛାଡ଼ିବାକୁ ଇନ୍ଦ୍ରାବତୀ ଘାଟରେ ମେଳି ବାନ୍ଧିଛନ୍ତି ଶତାଧିକ ମାଓବାଦୀ । ଏବେ ଇନ୍ଦ୍ରାବତୀ ନଦୀ ତଟରେ ଏକାଠି ହୋଇଛନ୍ତି ୧୦୦ରୁ ଅଧିକ ନକ୍ସଲ । ଆଜି ଦିନ ୧୧ଟାରେ ଅସ୍ତ୍ରଶସ୍ତ୍ର ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ । ସବୁଠାରୁ ବଡ଼ ନକ୍ସଲ ଆତ୍ମସମର୍ପଣକୁ ନେଇ ପୋଲିସ ସୁରକ୍ଷା କଡ଼ାକଡ଼ି । ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅବୁଝମାଡ଼ ଓ ଉତ୍ତର ବସ୍ତରକୁ ନକ୍ସଲ ଆତଙ୍କ ମୁକ୍ତ ବୋଲି ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial