ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ୍‌ ସୋ ।

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ୍‌ ସୋ । ରୋଡ୍‌ ସୋ’ରେ ଜନତା ମୈଦାନ ପର୍ଯ୍ୟନ୍ତ ଯାତ୍ରା । ରାସ୍ତାର ଦୁଇ ପାର୍ଶ୍ବରେ ଲକ୍ଷାଧିକ ଶୁଭେଚ୍ଛୁ । ଜନତା ମୈଦାନ ଅଭିମୁଖେ ପ୍ରଧାନମନ୍ତ୍ରୀ ମୋଦି । ବିମାନବନ୍ଦରରୁ ବାହାରିଲା ମୋଦିଙ୍କ କାର୍‌କେଡ୍‌ । ଏହାପରେ ପ୍ରଧାନମନ୍ତ୍ରୀ ଜନତା ମଇଦାନଠାରେ ଆୟୋଜିତ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେଇ ଜନସାଧାରଣଙ୍କ ଆଗରେ ନିଜର ସମ୍ବୋଧନ ରଖିବେ । ଏହି ଅବସରରେ ସେ ୧୯ ହଜାର କୋଟି ଟଙ୍କାରେ ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ଏହାସହ ୭୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ବୟୋବନ୍ଦନା କାର୍ଡ ପ୍ରଦାନ କରିବେ । ରାଜ୍ୟର ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ଘର ନିର୍ମାଣ ଲାଗି କାର୍ଯ୍ୟାଦେଶ ପ୍ରଦାନ କରିବେ । ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ତେଣୁ କେତେଜଣ ଲକ୍ଷପତି ଦିଦିଙ୍କୁ ପ୍ରଧାନମନ୍ତ୍ରୀ ଭେଟିବା କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial