ମିଶନ ଶକ୍ତିକୁ ନେଇ ରାଜ୍ୟ ସରକାରଙ୍କ ନୂଆ ନିଷ୍ପତ୍ତି; ବଦଳିବ ମିଶନ ଶକ୍ତି ପ୍ରଣାଳୀ

ମିଶନ ଶକ୍ତିକୁ ନେଇ ରାଜ୍ୟ ସରକାରଙ୍କ ନୂଆ ନିଷ୍ପତ୍ତି। ବଦଳିବ ମିଶନ ଶକ୍ତି ପ୍ରଣାଳୀ। ବର୍ତ୍ତମାନ ସମସ୍ତଙ୍କୁ ଜିପିଏଲର ନିର୍ବାଚନରେ ଭାଗ ନେବା ପାଇଁ ସୁଯୋଗ ମିଳିବ। ପୂର୍ବରୁ ଯେଉଁମାନେ ସଭାପତି ଓ ସମ୍ପାଦକ ଦାୟିତ୍ୱରେ ଅଛନ୍ତି ସେମାନଙ୍କୁ ବାହର କରି ନୂଆ ଲୋକ ଦାୟିତ୍ୱ ନେବେ । ତୃଣମୂଳ ସ୍ତରରେ ନେତୃତ୍ୱ ସୃଷ୍ଟି ପାଇଁ ଚେଷ୍ଟା କରାଯିବ। ସେହିପରି ଚଳିତ ମାସରେ ସ୍ଵୟଂ ସହାୟକ ଗୋଷ୍ଠୀକୁ ରି-ଅର୍ଗାନାଇଜ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହା ପର ମାସରେ ଜିପିଏଲଫ ଓ ସିଏଲଫ, ବିଏଲଏଫଙ୍କୁ ଜିଲ୍ଲା ସ୍ତର ଓ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି ଦିଆଯିବା ନେଇ ସୂଚନା ରହିଛି।

ଯେଉଁମାନେ ୨ ଥର ୪ବର୍ଷରୁ ଅଧିକ ରହି ସାରିଛନ୍ତି ସେମାନେ ଆଉ ରହିବେନି। ପୂର୍ବ ସରକାର ସେମାନଙ୍କ ଭୋଟ ପାଇଁ ରାଜନୈତିକ ଉଦ୍ଦେଶ୍ୟ ରଖି ତିଆରି କରିଥିଲେ। ସେଥିପାଇଁ ରାଜ୍ୟରେ ssgଙ୍କ ରେଜିଷ୍ଟ୍ରେସନ ନାହିଁ। ବିନା ରେଜିଷ୍ଟ୍ରେସନରେ କୋଟି କୋଟି ଟଙ୍କା ଦିଆଯାଇଛି। ରେଜିଷ୍ଟ୍ରେସନ ନଥିବାରୁ ଅଡ଼ିଟ ନାହିଁ। ଯେଉଁଠି ରେଜିଷ୍ଟ୍ରେସନ ନାହିଁ ଓ ଅଡ଼ିଟ ନାହିଁ ତାର ଉଦ୍ଦେଶ୍ୟ କଣ ଜଣା ପଡୁଛି ବୋଲି କହିଛନ୍ତି ସରକାର। କିନ୍ତୁ ଏବେ ମହିଳାଙ୍କ ବିକାଶ ପାଇଁ କାମ କରିବ ନୂଆ ସରକାର,କୌଣସି ପ୍ରକାର ପାତର ଅନ୍ତର ହେବ ନାହିଁ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial