ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।

ଲୋକସେବା ଭବନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ମୋଟ ୫ଗୋଟି ବିଭାଗର ୫ଗୋଟି ପ୍ରସ୍ତାବକୁ ଅନୁମୋଦନ ହୋଇଛି। ସେଥିରେ ଓଡ଼ିଶା ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (AI) ନୀତି-୨୦୨୫କୁ ମଞ୍ଜୁରି ମିଳିଛି। AIକୁ ପ୍ରୋତ୍ସାହନ ଦେବାକୁ ଭିତ୍ତିଭୂମି ସୁଦୃଢ଼ କରିବା ସହ ରାଜ୍ୟରେ AI ମିଶନ ଓ AI ସେଲ୍ ଗଠନ ନେଇ ନିଷ୍ପତ୍ତି ହୋଇଛି। ଏହା ଓଡ଼ିଶାର ପ୍ରଯୁକ୍ତିବିଦ୍ୟା ବିକାଶ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ହେବା ସହ ଅନ୍ୟପଟେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହ ସ୍ଥାନୀୟ ଅର୍ଥନୀତିକୁ ବୃଦ୍ଧି କରିବା ନିମନ୍ତେ ଓଡିଶା ସରକାରଙ୍କ ୧୭୧ କୋଟି ଟଙ୍କା ବ୍ୟୟ ବରାଦରେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ନିଜସ୍ୱ ଗ୍ରାମ ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ମହିମା ଗାଦିରେ ଭବ୍ୟ ଶୂନ୍ୟ ମନ୍ଦିରର ନିର୍ମାଣ କରିବାକୁ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ଯେଉଁଥି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀମୋହନ ଚରଣ ମାଝୀଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଧନ୍ୟବାଦ୍ ଜଣାଇଛନ୍ତି।

ଗତ ଫେବୃଆରୀ ମାସ ୨୫ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋରନ୍ଦାସ୍ଥିତ ପବିତ୍ର ମହିମାଗାଦି ଗସ୍ତ କରି ବକଳ ଧାରୀ ମହିମା ସମାଜର ସାଧୁ ମାନଙ୍କ ସହ ଗାଦିର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରି ପ୍ରତିଶୃତି ପ୍ରଦାନ କରିଥିଲେ। ମହିମାଗାଦିର ବିକାଶ ଏବଂ ଭବ୍ୟ ଶୂନ୍ୟ ମଣ୍ଡପ ନିର୍ମାଣ ଦ୍ୱାରା ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ସହ ସ୍ଥାନିୟ ଅଞ୍ଚଳର ସାମଗ୍ରିକ ଅର୍ଥନୈତିକ ବିକାଶ ହେବ।

ଏଥିସହ ଜଗତସିଂହପୁର ଜଟାଧାର ମୁହାଣରେ ନିଜସ୍ୱ ଜେଟି ସ୍ଥାପନ ନେଇ ରାଜ୍ୟ ସରକାର ଓ JSW ଉତ୍କଳ ଷ୍ଟିଲ୍ ଲିମିଟେଡ୍ ମଧ୍ୟରେ ଚୁକ୍ତି କରାଯିବାର ନିଷ୍ପତ୍ତି ସହ ଓଡ଼ିଶା ଚକ୍ଷୁ ଚିକିତ୍ସା ସେବାକୁ ଅନୁମୋଦନ କରାଯାଇଛି। ଏହା ସହ ଓଡିଶା ବେସାମାରିକ ସେବା ବା ଓଡିଶା ସିଭିଲ୍ ସର୍ଭିସ୍ ର ସର୍ବୋଚ୍ଚ ବୟସ ସୀମା ସ୍ତିରୀକରଣ ନିଅମାବଳୀ-୧୯୮୯ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୟୁନିଫର୍ମ ସେବା ଓ ପଦବୀକୁ ବାଦ୍ ଦେଲେ ଅନ୍ୟ ସମସ୍ତ ସରକାରୀ ମୂଳ ଚାକିରୀରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସ ସୀମା ଏଣିକି ୩୨ରୁ ୪୨ ବର୍ଷକୁ ବୃଦ୍ଦି କରିବାକୁ ନିଷ୍ପତି ହୋଇଛି।

ଅପର ପକ୍ଷରେ, “ଏକ ଦେଶ ଏକ ରାସନ କାର୍ଡ” ଦ୍ୱାରା ଦେଶର ସମସ୍ତ ହିତାଧିକାରୀଙ୍କ ଜୀବନରେ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରୁଛନ୍ତି ମୋଦୀ ସରକାର। ଏହି ବ୍ୟବସ୍ଥା ଦ୍ଵାରା ରାଜ୍ୟ ବାହାରକୁ ଜୀବନ ଜୀବିକା ଅନ୍ୱେଷଣରେ ଯାଉଥିବା ସମସ୍ତ ହିତାଧିକାରୀ ନିଜ ରାସନ କାର୍ଡକୁ ଆଧାର ସହ ଲିଙ୍କ୍ କରି ଦେଶ ଭିତରେ ଥିବା ଯେକୌଣସି ରାଜ୍ୟରେ ଯେକୌଣସି ବି ରାସନ କେନ୍ଦ୍ରରୁ ରିହାତି ମୂଲ୍ୟରେ ନିଜର ଖାଦ୍ୟ ସାମଗ୍ରୀ ପାଇ ପାରିବେ। ଯାହାଦ୍ୱାରା ଲୋକେ କୌଣସି ଅସୁବିଧାର ଯେପରି ସମ୍ମୁଖୀନ ନହେବ ସେଥିପ୍ରତି ଧ୍ୟାନ ଦେଇଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial