କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନାହିଁ। ତେବେ ଆଜି ସକାଳେ ଯୋଗାଣ ମନ୍ତ୍ରୀ କୌଣସି ସରକାରୀ କାମରେ ସରକାରୀ ଗାଡ଼ିରେ ଅନୁଗୁଳ ଯାଉଥିଲେ। ଏହି ସମୟରେ ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ମନ୍ତ୍ରୀଙ୍କ ଗାଡ଼ି ସହ ଟ୍ରକ୍ଟି ଧକ୍କା ହୋଇଥିଲା । ଦୁର୍ଘଟଣାରେ ମନ୍ତ୍ରୀ ଓ ତାଙ୍କ ଡ୍ରାଇଭରଙ୍କ କିଛି କ୍ଷତି ହୋଇନାହିଁ। ଦୁର୍ଘଟଣାରେ ମନ୍ତ୍ରୀଙ୍କ ଗାଡ଼ିର ସମ୍ମୁଖ ଅଂଶଟି ଭାଙ୍ଗିଯାଇଛି। ଘଟଣାସ୍ଥଳରେ ବାରଙ୍ଗ ଥାନା ପୋଲିସ ଟ୍ରକ୍ ଡ୍ରାଇଭରକୁ ଗିରଫ କରିଛି ଓ ଘଟଣାର ତଦନ୍ତ କରୁଛି। ଟ୍ରକ୍ଟି ଓଭରଟେକ କରିବା ଦ୍ୱାରା ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।
ଦୁର୍ଘଟଣାର ସମ୍ମୁଖୀନ ହେଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

Leave a Reply