ଆସନ୍ତାକାଲିଠାରୁ ଆରମ୍ଭ ହୋଇଛି ମାଟ୍ରିକ ଖାତା ଦେଖା। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷାର ଖାତା ମୂଲ୍ୟାୟନ ଆରମ୍ଭ ହୋଇଛି। ରାଜ୍ୟର ପ୍ରାୟ ୫୧ଟି ସେଣ୍ଟର୍ ରେ ଦେଖାଯିବ ପରୀକ୍ଷା ଖାତା। ୪୭ଟି ମାଟ୍ରିକ ଖାତା ଦେଖା କେନ୍ଦ୍ର ସହ ୨ ମଧ୍ୟମା ଓ ୨ଟି ଷ୍ଟେଟ ଓପନ ସ୍କୁଲ ପାଇଁ ଖାତା ଦେଖା କେନ୍ଦ୍ର କରାଯାଇଛି। ରାଜ୍ୟରେ ଏଥର ୫ ଲକ୍ଷ ୨୦ ହଜାର ପରୀକ୍ଷାର୍ଥୀ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେଇଥିଲେ। ବୋର୍ଡ ପକ୍ଷରୁ ଖାତାଦେଖା ପାଇଁ ମୋଟ ୧୨ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟୋଜିତ କରାଯାଇଛି।
ସମସ୍ତ ପରୀକ୍ଷା କେନ୍ଦ୍ରରେ ଜଣେ ଜଣେ ସେଣ୍ଟର ଅବଜରଭର ନିୟୋଜିତ ହୋଇଛନ୍ତି। ଖାତା ଦେଖିବା ପରେ ନିରୀକ୍ଷକମାନେ ଅନଲାଇନ ମାଧ୍ୟମରେ ମାର୍କ ୱେବସାଇଟରେ ଅପଲୋଡ କରିବେ। ଆସନ୍ତା ମେ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ କରିବା ନେଇ ଆଶା ରଖିଛି ମାଧ୍ୟମିକ ଶିକ୍ଷା ପରିଷଦ।
Leave a Reply