ବଲିଉଡରୁ ଆସିଛି ଏକ ଦୁଃଖଦ ଖବର । ବରିଷ୍ଠ ଅଭିନେତା ମନୋଜ କୁମାର ୮୭ ବର୍ଷ ବୟସରେ ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମନୋଜଙ୍କ ମୃତ୍ୟୁ ଖବରରେ ବହୁ ଅଭିନେତା ଶୋକପ୍ରକାଶ କରି ସହ ତାଙ୍କ ଫ୍ୟାନ୍ସଙ୍କୁ ମଧ୍ୟ ଦୁଃଖ ଦେଇଛି। ସେ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ଦେଶପ୍ରେମପୂର୍ଣ୍ଣ ସିନେମା କରିଥିଲେ । ମନୋଜ କୁମାର ସାହାରା, ଚାନ୍ଦ, ହନିମୁନ୍, ପୁରବ୍ ଔର ପଶ୍ଚିମ, ନସିବ, ମେରୀ ଆୱାଜ୍ ସୁନୋ, ନୀଲ କମଲ, ଉପକାର ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି । ସେଥିପାଇଁ ତାଙ୍କ ପ୍ରଶଂସକମାନେ ତାଙ୍କୁ ଭଲପାଇ ‘ଭାରତ କୁମାର’ ବୋଲି ଡାକୁଥିଲେ । ଖାସ୍ କରି, ସେ କ୍ରାନ୍ତି ଏବଂ ଉପକାର ଭଳି ଦେଶପ୍ରେମପୂର୍ଣ୍ଣ ଚଳଚ୍ଚିତ୍ର ପାଇଁ ପ୍ରସିଦ୍ଧ ଥିଲେ । ତାଙ୍କୁ ଜାତୀୟ ପୁରସ୍କାର, ପଦ୍ମଶ୍ରୀ ଏବଂ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ମନୋଜ କୁମାରଙ୍କ ଫିଲ୍ମଗୁଡ଼ିକ ହିଟ୍ ହେବା ସହ ତାଙ୍କ ଗୀତଗୁଡ଼ିକ ମଧ୍ୟ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିଲା, ଯାହାକୁ ଆଜି ବି ଲୋକ ମନେପକାଉଛନ୍ତି ।
ଆଉ ନାହାଁନ୍ତି ବରିଷ୍ଠ ଅଭିନେତା ମନୋଜ କୁମାର; ୮୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ମନୋଜ।

Leave a Reply