ଭୁବନେଶ୍ୱର : ଦ୍ୱିତୀୟ ଥର ବିବାହ ବନ୍ଧନରେ ବାନ୍ଧି ହେଲେ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ | ରୋଜାଲିନ ପଟ୍ଟନାୟକଙ୍କୁ ମନ୍ମଥ ରାଉତରାୟ ବିବାହ କରିଛନ୍ତି | ରୋଜାଲିନ ପେଶାରେ ଜଣେ ବ୍ୟାଙ୍କର ଅଟନ୍ତି | ସେ ମୁମ୍ବାଇରେ ଚାକିରୀ କରନ୍ତି | ଉଭୟ ପ୍ରେମ ବିବାହ କରିଛନ୍ତି | ଚନ୍ଦକା ରିସୋର୍ଟରେ ଉଭୟଙ୍କ ବିବାହ ହୋଇଛି |ଏବଂ ଉଭୟଙ୍କ ପରିବାରର ଲୋକଙ୍କ ଉପସ୍ଥିତିରେ ଏହି ବିବାହ ହୋଇଛି | ଦି ପ୍ରହର ସମୟରେ ବାପା ସୁର ରାଉତରାୟ କିଛି ସମୟ ପାଇଁ ଉପସ୍ଥିତ ରହିଥିବା ବେଳେ ବିବାହ ସମୟରେ ମନ୍ମଥଙ୍କ ମା ମାଳତୀ ରାଉତରାୟ ଉପସ୍ଥିତ ରହିଥିଲେ | ମନ୍ମଥଙ୍କ ଭିଣୋଇ ପ୍ରସାଦ ହରିଚନ୍ଦନ ବିବାହରେ ଯୋଗ ଦେଇଥିଲେ |
ଦ୍ୱିତୀୟ ବିବାହ କଲେ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ , ଚନ୍ଦକା ରିସୋର୍ଟ କଲେ ବିବାହ

Leave a Reply