ଶ୍ରୀମନ୍ଦିରରେ ପୁଣି ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି। ଜଣେ ଯବାନଙ୍କ ଗୋଡ଼ରେ କାଚ ପଶି ରକ୍ତ ଛିଟା ପଡିବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ହୋଇଛି। ଅବକାଶ ନୀତି ପରେ ଶ୍ରୀଜିଓଙ୍କ ବଡ଼ ମହାସ୍ନାନ ନୀତି ହୋଇଛି। ବଡ଼ ମହାସ୍ନାନ ନୀତି ପାଇଁ ସାଧାରଣ ଦର୍ଶନ ବନ୍ଦ ରହିଛି।
ଶ୍ରୀମନ୍ଦିର ପରମ୍ପରା ଅନୁସାରେ, ମନ୍ଦିର ପରିସର ମଧ୍ୟରେ ରକ୍ତ ଛିଟା ପଡିଲେ, କିଏ ବାନ୍ତି କରିଦେଲେ କିମ୍ବା ମଳତ୍ୟାଗ କଲେ ମହାପ୍ରଭୁଙ୍କ ଚାଲିଥିବା ନୀତି ବନ୍ଦ କରିଦିଆଯାଏ ଏବଂ ଚୂନ ପାଣି ପକାଯାଇ ସୌଧ କରାଯାଏ। ପରେ ପୂଜାପଣ୍ତା ସେବକମାନେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି କରିଥାନ୍ତି। ଏହି ସମୟରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥାଏ। ବଡ ମହାସ୍ନାନ ନୀତି ଶେଷ ପରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବା ସହ ଅନ୍ୟ ନୀତି ଅନୁଷ୍ଠିତ ହେଇଥାଏ। ।
Leave a Reply