ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ନୀତି: ୧ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ।

ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ନୀତି। ଶ୍ରୀଜିଉଙ୍କୁ ପୁଣି କରାଗଲା ବଡ ମହାସ୍ନାନ। ତେବେ ମହାପ୍ରଭୁଙ୍କ ବଡ ମହାସ୍ନାନ କରାଯିବାର କାରଣ ହେଉଛି ଜଣେ ଭକ୍ତ ଜୟବିଜୟ ଦ୍ୱାର ନିକଟରେ ବାନ୍ତି କରିବାରୁ ବଡ ମହାସ୍ନାନ କରାଯାଇଛି। ସୂଚନାମୂତାବକ ଭିତର ଦର୍ଶନ ଚାଲିଥିବାବେଳେ ଭକ୍ତ ଜଣଙ୍କ ବାନ୍ତି କରି ଦେଇଥିଲେ। ଏ ଅଘଟଣ ପରେ ପ୍ରାୟ ୧ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ କରାଯାଇଛି।  

ଶ୍ରୀମନ୍ଦିର ପରମ୍ପରା ଅନୁସାରେ ମନ୍ଦିର ପରିସର ମଧ୍ୟରେ ଯଦି ରକ୍ତ ଛିଟା ପଡେ, କିଏ କେହି ବାନ୍ତି କରିଦେଲେ କିମ୍ବା ମଳତ୍ୟାଗ କଲେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି କରାଯିବା ସହ ସାଧାରଣ ଦର୍ଶନ ବନ୍ଦ କରାଯାଇଥାଏ। ପରେ ଚୂନ ପାଣି ପକାଯାଇ ମନ୍ଦିରକୁ ସୌଧ କରାଯାଏ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial