ଆଜି ହେବ ମହାନଦୀ ଜଳବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲରେ ଶୁଣାଣି ।

ଆଜି ହେବ ମହାନଦୀ ଜଳବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲରେ ଶୁଣାଣି। ଏହା ପୂର୍ବରୁ ଛତିଶଗଡ଼ ସହିତ ଲାଗି ରହିଥିବା ମହାନଦୀ ଜଳ ବିବାଦର ସମାଧାନ ଲାଗି ଗତକାଲି ଡକାଯାଇଥିଲା ସର୍ବଦଳୀୟ ବୈଠକ। ଭୁବନେଶ୍ୱରରେ ଆୟୋଜିତ ବୈଠକରେ ବିଭିନ୍ନ ରାଜନୈତିକ ଦଳ ଓ ବିଭିନ୍ନ ସାମାଜିକ ସଂଗଠନ ସଦସ୍ୟ ଯୋଗ ଦେଇଥିଲେ। ମହାନଦୀ ବିବାଦର ସମାଧାନ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ାଯିବ ବୋଲି ବୈଠକରେ ପ୍ରସ୍ତାବ ପାରିତ ହୋଇଛି। 

ମହାନଦୀ ଜଳ ବିବାଦର ସମାଧାନ ପାଇଁ ପୂର୍ବରୁ ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀସ୍ତରୀୟ ଅନୌପଚାରିକ ଆଲୋଚନା ହୋଇସାରିଛି। ଉଭୟ ରାଜ୍ୟର ସଚିବ ଏବଂ ରାଜନୈତିକସ୍ତରରେ ଆଲୋଚନା କରି ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଓଡିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଟ୍ରିବ୍ୟୁନାଲକୁ ଗତ ଶୁଣାଣିରେ ଅବଗତ କରିଥିଲେ। ଉଭୟ ପକ୍ଷ ଅଗଷ୍ଟ ମାସ ମଧ୍ୟରେ ବିବାଦର ସମାଧାନର ଅଗ୍ରଗତି ବିଷୟରେ ଟ୍ରିବ୍ୟୁନାଲକୁ ଜଣାଇବା ପରେ ଟ୍ରିବ୍ୟୁନାଲ ପରବର୍ତ୍ତୀ ଶୁଣାଣି କରିବେ ବୋଲି ଧାର୍ଯ୍ୟ ହୋଇଥିଲା। ଏହି କ୍ରମରେ ଆଜି ଶୁଣାଣି କରିବେ ଟ୍ରିବ୍ୟୁନାଲ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial