ଆସନ୍ତାକାଲି ଢେଙ୍କାନାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟଠାରେ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ଉପସ୍ଥିତିରେ ଜିଲ୍ଲାର ଅନେକ ବିଜେଡ଼ି ଓ କଂଗ୍ରେସ ଦଳର ଜନପ୍ରତିନିଧି, ଛାମୁଆ କର୍ମୀ ଏବଂ ଶତାଧିକ ସମର୍ଥକ ବିଜେପି ଦଳରେ ଯୋଗ ଦେଇଥିଲେ। ଗତକାଲି ମିଶ୍ରଣ ପର୍ବର ଏକ ଘଣ୍ଟା ପୂର୍ବରୁ ବିଜେଡି ଦଳରୁ ବହିଷ୍କାର ହୋଇଥିବା ବିଜେଡି ସଦର ବ୍ଲକ ପୂର୍ବତନ ସଭାପତି ବିଭୂ ପ୍ରସାଦ ଦେହୁରୀ ମଧ୍ୟ ବିଧିବଦ୍ଧ ଭାବରେ ସମସ୍ତିଙ୍କ ଉପସ୍ଥିତିରେ ଦଳରେ ମିଶିଥିଲେ। ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ ବିଭୂ ପ୍ରସାଦ କହିଛନ୍ତି, ମୋର ନିଲମ୍ୱନ ବିଷୟରେ କିଛି କହିବାର ନାହିଁ। ରାଜନୀତି କରିବା ଭିତରେ ଦଳବଦଳ ଏକ ପ୍ରକ୍ରିୟା, ଲୋକଙ୍କ କାମ କରିବା ଆମ ପାଇଁ ପ୍ରଥମ। ବିଜୁଜନତା ଦଳରେ ରହି ମୁଁ ଲୋକଙ୍କ ପାଇଁ ବହୁତ କାମ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ଆଜି ବିଜେପି ଦଳରେ ଯୋଗ ଦେଇଛି ବୋଲି ବିଭୂ ପ୍ରସାଦ କହିଛନ୍ତି।
ଅପରପକ୍ଷେ, ବିଶ୍ୱର ସର୍ବବୃହତ ଲୋକପ୍ରିୟ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶ ତଥା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦି ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀମୋହନ ଚରଣ ମାଝୀଙ୍କ ଲୋକ କଲ୍ୟାଣକାରୀ ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ଆସ୍ଥା ପ୍ରକଟ କରି ଦଳରେ ମିଶିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଆଜିର ମିଶ୍ରଣ ପର୍ବ ଦଳର ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ମଜଭୁତ ଏବଂ ସୁଦୃଡ଼ କରିବ ବୋଲି ମଧ୍ୟ କହିଛନ୍ତି ମନ୍ତ୍ରୀ।
ସୂଚନା ଅନୁସାରେ, ଏହି ମିଶ୍ରଣ ପର୍ବରେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀରୁଦ୍ରନାରାୟଣ ପାଣିଙ୍କ ସମେତ ମାନ୍ୟବର ପରଜଙ୍ଗ ବିଧାୟକ ଶ୍ରୀବିଭୁତି ଭୂଷଣ ପ୍ରଧାନ, ମାନ୍ୟବର କାମାକ୍ଷାନଗର ବିଧାୟକ ଶ୍ରୀଶତ୍ରୁଘନ ଜେନା, ମାନନୀୟା ଢେଙ୍କାନାଳ ପୌରଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ପୂର୍ବତନ ମନ୍ତ୍ରୀ ଶ୍ରୀନବୀନଚନ୍ଦ୍ର ନାରାୟଣ ଦାସ ଏବଂ ଦଳର ବରିଷ୍ଠ ପଦାଧିକାରୀ ମଧ୍ୟ ଉପସ୍ଥିତି ଥିଲେ।












Leave a Reply