ଦରଦାମ ବୃଦ୍ଧିକୁ ନେଇ ସାଧାରଣ ଲୋକେ ଦହଗଞ୍ଜ ହେଉଥିବା ବେଳେ ଆହୁରି ବୋଝ ବଢ଼ାଇଲେ କେନ୍ଦ୍ର ସରକାର। ଏଥର ଘରୋଇ ଏଲପିଜି ଗ୍ୟାସ ଦର ବଢ଼ାଇ ଖାଉଟିଙ୍କ ପକେଟ ଉପରେ ପ୍ରହାର କରିଛନ୍ତି ସରକାର। ଏକାଥରେ ଏଲପିଜି ସିଲିଣ୍ଡରର ଦାମ ୫୦ ଟଙ୍କା ବଢ଼ାଇଛନ୍ତି କେନ୍ଦ୍ର ସରକାର। ଘରୋଇ ୧୪ କେଜି ସିଲିଣ୍ଡର ଗ୍ୟାସ ଉପରେ ୫୦ ଟଙ୍କା ବୃଦ୍ଧି କରିଛନ୍ତି ସରକାର। ଏପରିକି ଉଜ୍ଜ୍ବଳା ଯୋଜନାରେ ମିଳୁଥିବା ଗ୍ୟାସ୍ ସିଲିଣ୍ଡରର ଦାମ ମଧ୍ୟ ବଢ଼ାଇଛନ୍ତି ।
ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ଅନ୍ତରାଷ୍ଟ୍ରୀୟ ବଜାରରେ ମୂଲ୍ୟ ବୃଦ୍ଧି ଘଟୁଥିବା ବେଳେ ଏଠାରେ କମୁଛି। ରୋଷେଇ ଗ୍ୟାସ ସିଲିଣ୍ଡରରେ ୫୦ ଟଙ୍କା ବଢ଼ାଇବାକୁ ନିଷ୍ପତ୍ତି ନେଇଛୁ। ଆଗାମୀ ଦିନରେ ଏହାର ସମୀକ୍ଷା କରାଯିବ। ମୂଲ୍ୟ ବୃଦ୍ଧି ପରେ ଏବେ ଓଡ଼ିଶାରେ ୮୭୯ ଟଙ୍କା ଦେଇ ୧୪ କେଜି ଏଲପିଜି ଗ୍ୟାସ୍ ସିଲିଣ୍ଡର କିଣିବାକୁ ପଡ଼ିବ । ପୂର୍ବରୁ ୮୨୯ ଟଙ୍କାରେ ଖାଉଟୀ ପାଉଥିଲେ। ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ହୁତୁ ହୁତୁ ହୋଇ ବଢ଼ି ଚାଲିଥିବା ବେଳେ ଗ୍ୟାସ ଦର ବୃଦ୍ଧି ଗରିବ, ମଧ୍ୟବିତ୍ତ ପରିବାରଙ୍କ ପାଇଁ କୋରଡ଼ା ମାଡ଼ ସଦୃଶ୍ୟ ହୋଇଛି।












Leave a Reply