ଅକ୍ଷର ବ୍ୟୁରୋ: ପ୍ରାୟ ୨୪ ଘଣ୍ଟା ପରେ ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ସମର୍ଥା ନିଯୋଗର ସହଯୋଗ ପରେ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ ସକାଳୁ ମଙ୍ଗଳ ଆଳତୀ ସମ୍ପୂର୍ଣ୍ଣ, କୋଠ ଭୋଗ ପ୍ରକ୍ରିୟା ଆରମ୍ଭ ହୋଇଛି । କାଲି ସମର୍ଥା ନିଯୋଗ ସେବାୟତ ବନ୍ଦ କରିଥିଲେ ନୀତିକାନ୍ତି । ଗତକାଲି ସକାଳୁ ସାହାଣ ମେଲା, ସୂର୍ଯ୍ୟ ପୂଜା ପରେ ଦ୍ଵାରପାଳ ପୂଜା ପରଠୁ ନୀତି କାନ୍ତି ବନ୍ଦ କରିଥିଲେ ସେବାୟତ । ନିଅଂଶ ପାଳି ପଡୁଥିବାରୁ ମନ୍ଦିର ପ୍ରଶାସନ ବିବାଦରେ ହସ୍ତକ୍ଷପ କରି ସମାଧାନ ନକରିଥିବାରୁ ଲିଙ୍ଗରାଜ ମହାପ୍ରଭୁ ମହାକାର୍ତ୍ତିକ ମାସରେ ଖଡା ଉପବାସରେ ରହିଥିଲେ । ଯାହାଦ୍ଵାରା ହଜାର ହଜାର ହବିଷ୍ୟାଳି ମହାପ୍ରଭୁଙ୍କ ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଛନ୍ତି ।
କାର୍ତ୍ତିକ ମାସ ପରି ପବିତ୍ର ଧର୍ମମାସରେ ଦେଖା ଦେଇଥିଲା ମହାବିଭ୍ରାଟ । କାର୍ତ୍ତିକରେ ବୁଧବାର ଉପାସରେ ରହିଥିଲେ ପ୍ରଭୁ ଲିଙ୍ଗରାଜ । ଲିଙ୍ଗରାଜ ମନ୍ଦିର ନୀତିକାନ୍ତି ବନ୍ଦ କରିଥିଲେ ସେବାୟତ। ପାଳି ଥିବା ସମର୍ଥା ନିଯୋଗ ସେବାୟତ ବନ୍ଦ କରିଥିଲେ ଲିଙ୍ଗରାଜଙ୍କ ସେବା । ଗତକାଲି ସକାଳୁ ସାହାଣ ମେଲା, ସୂର୍ଯ୍ୟ ପୂଜା ପରେ ଦ୍ଵାରପାଳ ପୂଜା ପରଠୁ ନୀତି କାନ୍ତି ବନ୍ଦ କରିଛନ୍ତି ସେବାୟତ । ନିଅଂଶ ପାଳି ପଡୁଥିବାରୁ ମନ୍ଦିର ପ୍ରଶାସନ ବିବାଦରେ ହସ୍ତକ୍ଷପ କରି ସମାଧାନ ନକରିଥିବାରୁ ଲିଙ୍ଗରାଜ ମହାପ୍ରଭୁ ମହାକାର୍ତ୍ତିକ ମାସରେ ଖଡା ଉପବାସରେ ଥିଲେ । ଯାହାଦ୍ଵାରା ହଜାର ହଜାର ହବିଷ୍ୟାଳି ମହାପ୍ରଭୁଙ୍କ ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଛନ୍ତି ।












Leave a Reply