ବାଲେଶ୍ଵର ସୋର ସିମୁଳିଆ ଅଞ୍ଚଳରେ ଏକ ବଡ଼ ଧରଣର ଲୁଟ୍ ହୋଇଛି। ଭୁଜାଲିରେ ଆକ୍ରମଣ କରି ଲୁଟିନେଲେ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା। ଗତକାଲି ବିଳମ୍ବିତ ରାତିରେ ସିମୁଳିଆ ଥାନା ଅନ୍ତର୍ଗତ ବାଟି ପଞ୍ଚାୟତ ବଣଗଡିଆ ଗାଁରେ ବ୍ୟବସାୟୀ ଆନନ୍ଦ ବେହେରାଙ୍କ ଘରେ ୫ରୁ ୬ ଦୁର୍ବୃତ୍ତ ବାଇକରେ ଆସି ଜବରଦସ୍ତି ଘର ଭିତରକୁ ପଶିଥିଲେ। ଏହି ସମୟରେ ପରିବାର ଲୋକେ ଉଠି ପଡିବାରୁ ସମସ୍ତଙ୍କୁ ମାଡ଼ ମାରିବା ସହ ଆନନ୍ଦଙ୍କ ସାନ ପୁଅ ରତିକାନ୍ତ ବେହେରାଙ୍କୁ ଦୁର୍ବୃତ୍ତମାନେ ଭୁଜାଲି ଓ ଲୁହା ରଡ଼ରେ ଆକ୍ରମଣ କରି ନଗଦ ଟଙ୍କା ସମେତ ସୁନା ଗହଣା ଲୁଟ୍ କରିଥିଲେ।
ଆକ୍ରମଣରେ ରତିକାନ୍ତ ଗୁରୁତର ହୋଇ ପ୍ରଥମେ ସିମୁଳିଆ ପରେ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ସେହିପରି ମାର୍କୋଣା ବଜାରରେ ଏକ ମୋବାଇଲ ଦୋକାନରେ ତାଲା ଭାଙ୍ଗି ଲୁଟ ଉଦ୍ୟମ କରୁଥିବା ବେଳେ ପାଖ ଦୋକାନୀ ମାଲିକ ଦୋକାନୀଙ୍କୁ ଖବର ଦେବାରୁ ସେ ସିମୁଳିଆ ପୋଲିସ କୁ ଖବର ଦେଇଥିଲେ। ସଙ୍ଗେ ସଙ୍ଗେ ସେଠାରେ ପୋଲିସ ପହଁଚିଥିଲା। ପୋଲିସକୁ ଦେଖି ୫ ଜଣ ଯୁବକ ଦୌଡି ପଳାଇ ଯାଉଥିବା ବେଳେ ପୋଲିସ ୩ ଜଣଙ୍କୁ କାବୁ କରିଥିଲା।
Leave a Reply