ଆଜି ସକାଳୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ବିଭ୍ରାଟକୁ ନେଇ ନୀତିକାନ୍ତି ବନ୍ଦ ରହିଥିଲା । ବିନା ମଙ୍ଗଳ ଆଳତୀରେ ସାହାଣ ମେଲା ଦର୍ଶନକୁ ନେଇ ବିବାଦ ଦେଖାଦେଇଥିଲା। କେଦାରଗୌରୀ ମନ୍ଦିରରେ ସରିନି ଦିଅଁଙ୍କ ବିବାହ ଏପଟେ ବଡୁ ସେବାୟତ ମନ୍ଦିର ଖୋଲି ଭକ୍ତଙ୍କୁ ସାହାଣ ମେଲା ଦର୍ଶନ କରାଇଛନ୍ତି । ଏନେଇ ବନ୍ଦ ରହିଛି ନୀତିକାନ୍ତି ଏବଂ ସେବାୟତ, ନିଯୋଗଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।
କିନ୍ତୁ ଏବେ ସ୍ୱାଭାବିକ ହେଲା ଲିଙ୍ଗରାଜଙ୍କ ନୀତିକାନ୍ତି । ମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ମହାସ୍ନାନ ହେଲା, ଏହା ପରେ ପୁଣି ଆରମ୍ଭ ହେଲା ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି । କେଦାରଗୌରୀ ମନ୍ଦିରରେ ଦିଅଁଙ୍କ ବିବାହ ସଂପୂର୍ଣ୍ଣ ହେବା ପୂର୍ବରୁ ଲିଙ୍ଗରାଜ ମନ୍ଦିରରେ ଦ୍ୱାର ଖୋଲିଥିଲେ ବଡୁ ନିଯୋଗରେ ପାଳିରେ ଥିବା ସେବାୟତ । ମଙ୍ଗଳ ଆଳତି ପୂର୍ବରୁ ସେବାୟତ ଜଣକ ମନ୍ଦିର ଦ୍ୱାର ଖୋଲି ଭକ୍ତଙ୍କୁ ସାହାଣ ମେଲା ଦର୍ଶନ କରାଇଥିଲେ । ଏହାକୁ ନେଇ ସେବାୟତ ନିଯୋଗଙ୍କ ମଧ୍ୟରେ ଅସନ୍ତୋଷ ତେଜିଥିଲା ।
Leave a Reply