ଏକ ସପ୍ତାହ ଭିତରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା:

ଆସନ୍ତା ଏକ ସପ୍ତାହ ଭିତରେ ଗଠନ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । କମିଟି ଗଠନ ପରେ ବୈଠକ ବସି ଅନୁମୋଦନ ପରେ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ରିଜର୍ଭ ବ୍ୟାଙ୍କ୍ ଅଫ ଇଣ୍ଡିଆର ଦୁଇ ଜଣ ଅଭିଜ୍ଞ ଅଧିକାରୀ ନିୟୋଜିତ ହୋଇସାରିଛନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଉଚ୍ଚ ସ୍ତରୀୟ କମିଟି ବୈଠକ ବସି ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ ।

ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଏସଓପି ଆଧାରରେ ରତ୍ନଭଣ୍ଡାର ଗଣତି ମଣତି ହେବ । ଏଥିସହ ଆସନ୍ତା ୧୯ ତାରିଖରେ ରଥଯାତ୍ରା ପରବର୍ତ୍ତୀ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । ବିଶେଷ କରି ମହାପ୍ରଭୁଙ୍କ ଯାନିଯାତ୍ରା, ପର୍ବପର୍ବାଣୀ କିଭଳି ଶୃଙ୍ଖଳିତ ଓ ବ୍ୟବସ୍ଥିତ ହେବ ସେ ନେଇ ଆଲୋଚନା କରାଯିବ। ସେହିପରି ରଥଯାତ୍ରାର ସଫଳତା ଓ ବିଫଳତାକୁ ନେଇ ଉକ୍ତ ବୈଠକରେ ତର୍ଜମା କରାଯିବ । ଏ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial