ସହିଦ୍ ଏଏସ୍ପି ଆକାଶ ରାଓଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଛି ପୂରା ଗାଁ। ଛତିଶଗଡ଼ ରାୟପୁରରେ ସହିଦ୍ ପୁଲିସ ଅଫିସରଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହାସହ ବରିଷ୍ଠ ପୁଲିସ ଅଧିକାରୀ ମଧ୍ୟ ଆକାଶ ରାଓଙ୍କ ଶେଷ ଯାତ୍ରାରେ ସାମିଲ ହୋଇଛନ୍ତି । ସହିଦ୍ ଏଏସ୍ପି ଆକାଶ ରାଓଙ୍କ ଶେଷଯାତ୍ରାରେ ପରିବାର ମଧ୍ୟ ଉପସ୍ଥିତ ଅଛନ୍ତି । ସହିଦ୍ ଆକାଶ ରାଓଙ୍କ ମାଆ ଓ ପତ୍ନୀଙ୍କ କାନ୍ଦ ବୋବାଳିରେ ଫାଟି ପଡୁଥିଲା ପୂରା ପରିବେଶ । ଗତକାଲି ସୁକମା ଜିଲ୍ଲା କୋଣ୍ଟା-ଏରାବୋର ରାସ୍ତାରେ କମ୍ବିଂ ଅପରେସନ୍ ପାଇଁ ଯାଇଥିବାବେଳେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣର ଶିକାର ହୋଇଥିଲେ ଆକାଶ ରାଓ । ଘଟଣାସ୍ଥଳରୁ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା ଓ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଗତକାଲି ସୁକୁମା ଜିଲ୍ଲା କୋଣ୍ଟା ଥାନା ରାସ୍ତା କଡ଼ରେ ବଡ଼ ଧରଣର ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଥିଲେ ମାଓବାଦୀ । ବିସ୍ଫୋରଣରେ ସୁକମା ଜିଲ୍ଲା ଏଏସ୍ପି ଆକାଶ ରାଓ ଗିରିପୁଞ୍ଜେ ସହିଦ ହୋଇଥିଲେ । ଏହି ଘଟଣାରେ କୋଣ୍ଟା ଥାନା ଅଧିକାରୀ ଗୁରୁତର ହୋଇଥିବା ସୂଚନା ମିଳିଥିଲା । ପାଦଚଲା ରାସ୍ତା ଦେଇ କମ୍ଵିଂ ଅପରେସନରେ ବାହାରି ଥିଲା ପୁଲିସ ଫୋର୍ସ । କାରଣ ଚିକବାର୍ ଗାଁରେ ଏକ ଜେସିବି ପୋଡ଼ି ଦେଇଥିଲେ ମାଓବାଦୀ । ଜେସିବି ପୋଡ଼ା ଘଟଣାକୁ କେନ୍ଦ୍ର କରି ପୁଲିସ ଫୋର୍ସ ଆରମ୍ଭ କରିଥିଲା ଅପରେସନ । କମ୍ବିଂ ଅପରେସନ ବେଳେ ସହିଦ ହୋଇଥିଲେ ଏଏସ୍ପି ଆକାଶ ରାଓ ଗିରିପୁଞ୍ଜେ ।
Leave a Reply