ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଫାଶୀଗୁଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ଘର ଭିତରୁ କିନ୍ନରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ କିନ୍ନରଙ୍କ ନାମ ଅର୍ଚ୍ଚିତା ବିଷୋୟୀ। ସେ ଦଣ୍ଡନାଚରେ ଅଭିନୟ କରନ୍ତି। ତେବେ ସେ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଛାନଭିନ୍ ଚଳାଇଛି। କାହିଁକି ଆତ୍ମହତ୍ୟା କଲେ କିନ୍ନର ସେ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ।
ଗତକାଲି ଫାଶୀଗୁଡା ଗାଁରେ ଚାଲିଥିବା ଦଣ୍ଡନାଚରେ ସେ ଅଭିନୟ କରିଥିଲେ। ରାତିରେ ଫାଶୀଗୁଡା ଗାଁରେ ଏକ ଘରେ ବିଶ୍ରାମ ନେଇଥିଲେ। ସକାଳୁ କବାଟ ନଖୋଲିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା। କମିଟି ସଦସ୍ୟ ଗ୍ରାମବାସୀଙ୍କୁ ଡାକି କବାଟ ଭାଙ୍ଗିବାରୁ ଅର୍ଚ୍ଚିତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ।
Leave a Reply