KIIT ବିଶ୍ୱବିଦ୍ୟାଳୟ ବସ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ ଘଟିଛି । ଭୁବନେଶ୍ୱର ଉତ୍କଳ ହସ୍ପିଟାଲ ନିକଟରେ ବସଟି ମହିଳାଙ୍କୁ ଧକ୍କା ଦେଇଥିଲା ଫଳରେ ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଛି । ଯାହା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି ।
KIIT କଲେଜ୍ ବସ୍ଟି ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିଲା। ସେହି ସମୟରେ ମହିଳା ଜଣଙ୍କ ପଣ୍ଡା ଖୋଲିଆ ବସ୍ତି ନିକଟରେ ରାସ୍ତା ପାର ହେଉଥିଲେ। ଏହି ସମୟରେ ବସ୍ଟି ମହିଳାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।
Leave a Reply