ବ୍ୟାନ ନହଟିଲେ ଯାତ୍ରା ବନ୍ଦ; ମାଲିକ ସଂଘକୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରିଛନ୍ତି କଳାକାର ସଂଘ

ଗତ କିଛିଦିନ ହେଲା ଯାତ୍ରା ଜଗତରେ ଝଡ଼ ସୃଷ୍ଟି ହୋଇଛି। ପ୍ରଥମେ ପୀୟୂଷ ପରେ ନରି ପଣ୍ଡା, ହାସ୍ୟ ଅଭିନେତା ଦୟାନିଧିଙ୍କ ପରେ ଅଭିନେତ୍ରୀ ନମିତା ଭୂୟାଁ। ଜଣଙ୍କ ପରେ ଜଣେ ଯାତ୍ରା ମାଲିକଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି। ସେହି କାରଣରୁ ଆଜି ଭୁବନେଶ୍ୱରରେ କଳାକାର ସଂଘର ବୈଠକ ବସିଥିଲା। ଏଥିରେ ସମସ୍ତ କଳାକାର ଯୋଗ ଦେଇ ସବୁ ବିବାଦ ସଂପର୍କରେ ଆଲୋଚନା କରିଥିଲେ। ବ୍ୟାନ ନହଟିଲେ ଯାତ୍ରା ବନ୍ଦ। ଆଉ ହେବନି ଯାତ୍ରା। ମାଲିକ ସଂଘ ବୈଠକକୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରିଛନ୍ତି କଳାକାର ସଂଘ। କଳାକାର ସଂଘ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ନରି ପଣ୍ଡା ଓ ପ୍ରତାପ ମହାନ୍ତି ଉପରୁ ବ୍ୟାନ ନ ହଟିଲେ ଷ୍ଟେଜ ଚଢିବେନି କଳାକାର। କଳାକାର କର୍ମଚାରୀ ସଂଘ ନିଷ୍ପତ୍ତି ନେଇଛି ଯେ, ଯେପର୍ଯ୍ୟନ୍ତ ନରି ପଣ୍ଡା ଏବଂ ପ୍ରତାପ ମହାନ୍ତିଙ୍କ ପ୍ରତି ହୋଇଥିବା ଅନ୍ୟାୟର ବିଚାର ନହୋଇଛି ସେ ପର୍ଯ୍ୟନ୍ତ ଯାତ୍ରା କଳାକାର ସଂଘ ତାଙ୍କ ସହ ରହିବ। ଏ ନେଇ ସୂଚନା ଦେଇଛନ୍ତି କଳାକାର ସଂଘ ସମ୍ପାଦକ ବାପି ପଣ୍ଡା।

ସୂଚନା ଅନୁଯାୟୀ, ଟଙ୍କା କାରବାରକୁ ନେଇ ନରି ପଣ୍ଡାଙ୍କ ଉପରେ ଆକ୍ସନ ନେଇଥିଲା ଯାତ୍ରା ମାଲିକ ସଂଘ। ଅନ୍ୟପଟେ ତାଙ୍କୁ ମାଡ ମରାଯାଇଥିବା ମଧ୍ୟ ଅଭିଯୋଗ ଆଣି ଥାନାରେ ମାମଲା ରୁଜୁ କରିଥିଲେ ନରି ପଣ୍ଡା। ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହୋଇଥିଲା। ଯାତ୍ରା ମାଲିକ ସଂଘ ବୈଠକରେ ନରି ପଣ୍ଡା ଏବଂ ପ୍ରତାପ ମହାନ୍ତିଙ୍କୁ ବ୍ୟାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେହି କାରଣକୁ ଭିର୍ତ୍ତି କରି ବିବାଦ ଘନେଇଥିଲା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial