ବିମାନବନ୍ଦର ପରିସରରେ ଉଡାନ ଯାତ୍ରୀ କାଫେର ଉଦଘାଟନ; ଏଣିକି ଶସ୍ତାରେ ମିଳିବ ଖାଦ୍ୟ ପାନୀୟ ।

ଭୁବନେଶ୍ୱର ବିମାନ ବନ୍ଦରରେ ଆଉ ମହଙ୍ଗା ନୁହେଁ ବରଂ ଶସ୍ତାରେ ମିଳିବ ଖାଦ୍ୟ ପାନୀୟ । ବିମାନବନ୍ଦର ପରିସରରେ ଉଡାନ ଯାତ୍ରୀ କାଫେର ଉଦଘାଟନ କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ । ଯେଉଁଠି ସୁଲଭ ମୂଲ୍ୟରେ ଯାତ୍ରୀମାନେ ଚା, କଫି ଏବଂ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ସ୍ୱଳ୍ପ ମୂଲ୍ୟରେ ପାଇପାରିବେ । 

କେନ୍ଦ୍ର ସରକାରଙ୍କ ଏହା ଏକ ନୂଆ ପ୍ରୟାସ, ଯେଉଁଥିରେ ଯାତ୍ରୀମାନେ କମ ଖର୍ଚ୍ଚରେ ସୁସ୍ୱାଦୁ ଖାଦ୍ୟ ପାଇ ପାରିବେ । ଗତବର୍ଷ ଡ଼ିସେମ୍ବର ମାସରେ ପ୍ରଥମେ କଲିକତାରେ ଏହି ଉଡାଣ ଯାତ୍ରୀ କାଫେ ଖୋଲା ହୋଇଥିଲା । ପରେ ଚେନ୍ନାଇ, ଅହମ୍ମଦାବାଦ, ପୁନେ ଏବଂ ଆଜି ଭୁବନେଶ୍ୱର ବିମାନବନ୍ଦରରେ ଖୋଲିଛି ଏହି କାଫେ । ଆସନ୍ତା ବର୍ଷକ ମଧ୍ୟରେ ସରକାର ୧୦କୁ ୧୫ ବଡ଼ ବଡ଼ ବିମାନବନ୍ଦରରେ କାଫେ ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି । 

ସାଧାରଣତଃ ଏୟାରପୋର୍ଟରେ ଖାଦ୍ୟ ପାନୀୟର ଦର ଅଧିକ ରହିଥାଏ । ଅନେକ ସମୟରେ ବିମାନ ଯାତ୍ରୀ ଦୁଇ ତିନି ଗୁଣା ଦେଇ ଖାଦ୍ୟ ପାନୀୟ କ୍ରୟ କରିଥାଏ । ଯାହା ସାଧାରଣ ଯାତ୍ରୀଟିଏ ପାଇଁ ଚିନ୍ତାର କାରଣ ପାଲଟିଥାଏ । ଏହି ଅସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ‘ଉଡାଣ ଯାତ୍ରୀ କାଫେ’ ଆରମ୍ଭ କରାଯାଇଛି । ଯେଉଁଥିରେ ଯାତ୍ରୀମାନେ କମ ଖର୍ଚ୍ଚରେ ସୁସ୍ୱାଦୁ ଖାଦ୍ୟ ପାନୀୟ ନେଇ ପାରିବେ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial