ଯାଜପୁର ରୋଡ଼ ବ୍ୟାସନଗରରେ ଚୋରା ଗୋ ମାଂସ ନେଇ ଯାଉଥିବା ବେଳେ ଦୁଇ ଯୁବକଙ୍କୁ କାବୁ କଲା ବଜରଙ୍ଗ ଦଳ। ଗୋ ମାଂସ ନେଇ ଯାଉଥିବା ବାଟରେ ସୁଜୁକି ସୋ-ରୁମ ନିକଟରେ ଧରାପଡିଥିଲେ ଦୁଇ ଯୁବକ। ଘଟଣା ସ୍ଥଳରେ ଯୁବକଙ୍କୁ ଅଟକାଇ ପଚରାଉଚରା କରାଯିବାରୁ ଜଣାପଡିିଥିଲା ସତ। ପରେ ସ୍ଥାନୀୟ ଲୋକ ସେଠି ରୁଣ଼୍ଡ ହୋଇଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ। ଯାଜପୁର ରୋଡ଼ ପୋଲିସ୍ ପହଞ୍ଚି ଦୁଇ ଯୁବକଙ୍କୁ ଅଟକ ରଖିବା ସହ ପଚରାଉଚରା କରିବା ପରେ ଜଣାପଡିଥିଲା କି ବ୍ୟାସନଗର ସ୍ଥିତ ଅହମ୍ମଦ ନଗରରେ ଥିବା ଏକ ହୋଟେଲରୁ ଗୋ ମାଂସ ଚାଲାଣ ହେଉଛି। ଖବର ପାଇ ପୋଲିସ ସେଠାରେ ପହଞ୍ଚି ହୋଟେଲରେ ତାଲା ପକାଇବା ସହ ହୋଟେଲ କର୍ମୀଙ୍କୁ ଗିରଫ କରିଥିଲା ।
ଗୋ ମାଂସ ନେଇ ଯାଉଥିବା ବେଳେ, ଦୁଇ ଯୁବକଙ୍କୁ କାବୁ କଲା ବଜରଙ୍ଗ ଦଳ












Leave a Reply