ଦୀର୍ଘ ୭୨ ଦିନର ୭୩ଟି ସଂଘର୍ଷପୂର୍ଣ୍ଣ ମ୍ୟାଚ ପରେ ଆଜି ହେବ ଆଇପିଏଲ ୧୮ତମ ସଂସ୍କରଣର ଫାଇନାଲ ମ୍ୟାଚ । ଆଜି ଆଇପିଏଲ୍ ଗ୍ରାଣ୍ଡ୍ ଫାଇନାଲ। ଟାଇଟଲ୍ ପାଇଁ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସ। ଗୁଜରାଟ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସଂଧ୍ୟା ସାଢ଼େ ୭ଟାରେ ମ୍ୟାଚ୍ ରହିଛି।
ଉଭୟ ଟିମ୍ ୯ଟି ଲେଖାଏଁ ମ୍ୟାଚ୍ ଜିତିଥିବା ବେଳେ ପଞ୍ଜାବ ପଏଣ୍ଟ ଟେବୁଲର ୧ ନମ୍ବର ସ୍ଥାନରେ ରହିଛି। ଆରସିବି ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ଲିଗ୍ ପ୍ରିମିୟର ମ୍ୟାଚରେ ଉଭୟ ଟିମ୍ ର ଦମଦାର ପ୍ରଦର୍ଶନ ରହିଥିଲା। ତେଣୁ ଫାଇନାଲରେ କଡ଼ା ଟକ୍କର ହେବ ବୋଲି କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି। ଉଭୟ ଟିମ୍ ଭିତରୁ ଯିଏ ବି ବିଜୟୀ ହେବେ ପ୍ରଥମ ଥର ଲାଗି ଆଇପିଏଲ୍ ଟ୍ରଫି ଜିତିବେ। ଆରସିବି କି ପଞ୍ଜାବ ପୂର୍ବରୁ କେବେ ହେଲେ ଆଇପିଏଲ୍ ଟ୍ରଫି ଜିତି ନାହାନ୍ତି।
କିନ୍ତୁ ପଞ୍ଜାବ କିଙ୍ଗ୍ସ ୨୦୧୪ରେ ଫାଇନାଲ ଖେଳି କୋଲକାତା ନାଇଟ ରାଇଡର୍ସଠାରୁ ପରାସ୍ତ ହେବା ପରେ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦୦୯, ୨୦୧୧ ଓ ୨୦୧୬ ପରେ ଚତୁର୍ଥ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି । ଉଭୟ ଦଳ ପୂର୍ବରୁ କେବେ ବି ଚାମ୍ପିଅନ ହୋଇନାହାନ୍ତି ।
Leave a Reply