ଆଜିଠାରୁ ଆରମ୍ଭ ହେଉଛି IPL; ଇଡେନ ଗାର୍ଡେନରେ ହେବ ଉଦଘାଟନୀ ଉତ୍ସବ

ଆଜିଠାରୁ ଆରମ୍ଭ ହେଉଛି ଆଇପିଏଲ ୨୦୨୫। ଏହି ସିଜିନର ଉଦଘାଟନୀ ମ୍ୟାଚ ଶନିବାର ଇଡେନ ଗାର୍ଡେନରେ ଖେଳାଯିବ। ପାଣିପାଗ ବିଭାଗରୁ ସୂଚନା ଥିଲା ଯେ କୋଲକାତାରେ ଶନିବାର ଦିନ ବର୍ଷା ହେବ। ତେବେ ସେହି କାରଣରୁ ଏହି ମ୍ୟାଚ ବାତିଲ୍ ହେବ ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର ଏହା ଏବେ ଦୂର ହୋଇଛି । ପାଣିପାଗ ପକ୍ଷରୁ ପାଗ ଶୁଖିଲା ରହିବା ନେଇ ସୂଚନା ମିଳିଛି। ତେବେ ଏହା କ୍ରୀଡ଼ାପ୍ରେମୀଙ୍କ ଲାଗି ଏକ ବଡ଼ ଖବର। ତେବେ ପ୍ରଥମ ମ୍ୟାଚ ଗତବର୍ଷର ଚାମ୍ପିୟନ୍ସ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜରସ୍ ବେଙ୍ଗାଲୁର ମଧ୍ୟରେ ଖେଳାଯିବ । ଯଦିଓ ରଜତ ପଟିଦାର ଆରସିବିର ଅଧିନାୟକ ରହିଛନ୍ତି ତଥାପି କୋହଲିଙ୍କ ଫ୍ୟାନ୍ସ ପାଇଁ ଏହା ଖୁସିର ଖବର । ଏଣୁ ଆଜିର ମ୍ୟାଚଟି ବେଶ ଉତ୍କଣ୍ଠାପୂର୍ଣ୍ଣ ହେବ ।

ତେବେ ଏହି ସିଜିନରେ ନୂଆ ନିୟମ ଲାଗୁ ହୋଇଛି । କୋଭିଡ୍‌ ମହାମାରୀ ବେଳେ ଆଇସିସି ପକ୍ଷରୁ ଲଗାଯାଇଥିବା କଟକଣାକୁ ବିସିସିଆଇ ପକ୍ଷରୁ ଆଇପିଏଲ ୨୦୨୫ରେ ହଟାଇ ଦିଆଯାଇଛି । ପୂର୍ବରୁ ବଲ୍‌ରେ ଲାଳ ଲଗାଇବାକୁ ଅନୁମତି ଥିବା ବେଳେ କୋଭିଡ୍‌ ବେଳୁ ଏହା ଉପରେ କଟକଣା ଲଗାଯାଇଥିଲା । କିନ୍ତୁ ଗୁରୁବାର ଏକ ବୈଠକରେ ସମସ୍ତ କ୍ୟାପ୍ଟେନଙ୍କୁ ଅନୁମତିରେ ଏହି ନିୟମରେ ପରିବର୍ତ୍ତନ ଅଣାଯାଇଛି । ଏଣିକି ବୋଲର୍‌ମାନେ ପୂର୍ବରୁ ଯେଭଳି ବଲ୍‌କୁ ସାଇନ୍‌ କରିବା ପାଇଁ ଲାଳ ବ୍ୟବହାର କରୁଥିଲେ । ଯାହା ଦ୍ୱାରା ରିଭର୍ସ ସ୍ୱିଙ୍ଗ ଦେଖିବାକୁ ମିଳୁଥିଲା । ପୁଣି ଥରେ ସମାନ ତରିକା ଆପଣେଇପାରିବେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial