ପହଲଗାମର ପ୍ରତିଶୋଧ ପାଇଁ ପ୍ରସ୍ତୁତ ହେଉଛି ଭାରତ; ହାଇ ଆର୍ଲଟରେ ବାୟୁସେନା ।

ପହଲଗାମର ପ୍ରତିଶୋଧ ପାଇଁ ପ୍ରସ୍ତୁତ ହେଉଛି ଭାରତ। ହାଇ ଆର୍ଲଟରେ ରହିଛି ବାୟୁସେନା। ଆକ୍ରମଣ ପାଇଁ ପ୍ରସ୍ତୁତ ରହିଛି ଫ୍ରାନ୍ସରୁ ଆସିଥିବା ରାଫେଲ୍‌ ଯୁଦ୍ଧବିମାନ। ଗତକାଲି ରାତିରେ ପଞ୍ଜାବରେ ବ୍ଲାକ୍‌ଆଉଟ୍‌ ଅପରେସନ କରିଛି ସେନା। ଅର୍ଥାତ୍ ୨୦୧୯ ସର୍ଜିକାଲ ଷ୍ଟ୍ରାଇକ୍‌ ଭଳି ଭାରତ ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ରାତିରେ ଆକ୍ରମଣ କରିପାରେ ବୋଲି କୁହାଯାଉଛି।

ଆକ୍ରମଣ ପାଇଁ ପ୍ରସ୍ତୁତ ରହିଛି ରାଫେଲ ଯୁଦ୍ଧବିମାନ। ରାଫେଲରେ ଆକ୍ରମଣ ପାଇଁ ରହିଛି ବିକଶିତ ଟେକ୍ନୋଲୋଜି। ଆକାଶରୁ ସ୍ଥଳ ୩୦୦ କିମି ଦୂର ଲକ୍ଷ୍ୟ ଭେଦି ପାରିବ ରାଫେଲ। ଆକାଶରୁ ଆକାଶ ୧୨୦ରୁ ୧୫୦ କିମି ଦୂରରେ ଆକ୍ରମଣ କରିପାରିବ। ଏହାକୁ ନେଇ ମୋଦୀଙ୍କ ସହ କଥା ହୋଇଛନ୍ତି ବାୟୁସେନା ମୁଖ୍ୟ। ଆତଙ୍କୀ ରାଷ୍ଟ୍ର ବିରୋଧରେ ସବୁ ପ୍ରକାରର ଆକ୍ରମଣ ପାଇଁ ପ୍ରସ୍ତୁତି କରୁଛି ଭାରତ। ଏବେ ରାତିରେ ଆକ୍ରମଣ ପାଇଁ ଭାରତ ପ୍ରସ୍ତୁତି କରୁଥିବା ଚର୍ଚ୍ଚା ହେଉଛି। କାରଣ ଗତକାଲି ପଞ୍ଜାବରେ ବ୍ଲାକଆଉଟ୍ ରିହର୍ସାଲ କରାଯାଇଛି। 

ଫିରୋଜପୁର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ୩୦ ମିନିଟର ରିହର୍ସାଲ କରିଥିଲା ବାୟୁସେନା। ଏହି ମକ୍‌ଡ୍ରିଲ୍ ସମୟରେ ସମ୍ପୂର୍ଣ୍ଣ ଅନ୍ଧାର ରହିଥିଲା ପୂରା ଅଞ୍ଚଳ। ମକ୍‌ଡ୍ରିଲ୍‌ ପାଇଁ ଲୋକଙ୍କୁ ଜେନେରେଟର ଓ ଇନଭର୍ଟର ବନ୍ଦ କରିବାକୁ କୁହାଯାଇଥିଲା। ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ତିନି ସେନାକୁ ପୂରା କ୍ଷମତା ପ୍ରଦାନ କରିଛନ୍ତି ଭାରତ ସରକାର । ୨୦୧୯ ସର୍ଜିକାଲ ଷ୍ଟ୍ରାଇକ୍‌ ଭଳି ଭାରତ ଆକ୍ରମଣ କରିପାରେ । ବିଶେଷ କରି ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ରାତିରେ ଆକ୍ରମଣ କରିପାରେ ଭାରତ । କାରଣ ଲଗାତାର ୧୧ ଦିନ ଧରି ଏଲ୍‌ଓସିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି ପାକିସ୍ତାନ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial