ବାଲେଶ୍ୱରରେ ଚାଲିଥିଲା ବେଆଇନ ଦେଶୀ ମଦ ଚାଲଣା; ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍ ।

ପୁଣି ଧରାପଡିଲେ ଦୁଇ ମଦ ବେପାରୀ । ଗତକାଲି ବାଲେଶ୍ୱରର ଚପଳ ବଜାର ନିକଟସ୍ଥ ରାଇବଣିଆ ଠାରେ ବେପାରୁଆ ଭାବେ ବେଆଇନ ଦେଶୀ ମଦ ଚାଲଣା ଚାଲିଥିଲା । କୌଣସି ମତେ ଖବର ପାଇ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଠାରେ ଥିବା ଅବକାରୀ ଉପଗ୍ରହ ବିଭାଗ ସୋମାନଙ୍କୁ ଧରିବା ପାଇଁ ଷଡଯନ୍ତ୍ର ରଚିଥିଲା । Central Division-Cuttack ଡେପୁଟି କମିଶନର ଡମ୍ବୁରଧର ଖଣ୍ଡା ଏବଂ ଡେପୁଟି ସୁପରିଟେଣ୍ଡେଣ୍ଟ ବିକାଶ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଗଠନ କରାଯାଇଥିଲା । ଯେଉଁଥିରେ ASI ସଞ୍ଜିବ କୁମାର ମୁଣ୍ଡା ଏବଂ ସାଲାର ହେମ୍ୱ୍ରମ୍, କନଷ୍ଟେବଳ ବରୁଣ କୁମାର ନାଏକ, ରାଜେଶ ସୁତାର ଏବଂ ଜଣେ ମହିଳା କନଷ୍ଟେବଳ ମଧୁସ୍ମିତା ମହନ୍ତ ସାମିଲ ଥିଲେ । ଚାଲାଣ ସମୟରେ ପୋଲିସ ସେଠାରେ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ ଧରିଥିଲା । ଜଣଙ୍କ ନାଁ ଅଜିତ୍ ମାହାଲି ବୟସ ୧୯ ହୋଇଥିବା ବେଳେ ଆଉ ଜଣେ ଶିବନ ଟୁଡୁ ବୟସ ୧୮ । ତେବେ ଧରାଯାଇଥିବା ଚାଲାଣ ଗାଡିଟିର ନମ୍ୱର ପ୍ଲେଟ୍(WB-34AG-8514)ରୁ ଗାଡିଟି ପଶ୍ଚିମବଙ୍ଗ ହୋଇଥିବା ଜଣାପଡିଛି । ଏନେଇ ଜଳେଶ୍ୱର ପୋଲିସର ତନାଘନା ଜାରି ରହିଛି । ରାଜ୍ୟରେ ଏବେ ବେଆଇନ୍ ଚୋରା ମଦ ବେପାର ବଢୁଥିବାରୁ, କାହା ନିର୍ଦ୍ଦେଶରେ ଚାଲାଣ ଚାଲିଥିଲା ଏବଂ କେଉଁଠିକୁ ଚାଲାଣ ହେଉଥିଲା ତାହା ଏବେ ପୋଲିସର ଚିନ୍ତା ବଢେଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial