ହସ୍ପିଟାଲରେ ଭର୍ତ୍ତି ହେଲେ ଆହତ କଂଗ୍ରେସ କର୍ମୀ

କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଆହତ କଂଗ୍ରେସ କର୍ମୀ। ବିକ୍ଷୋଭ ସମୟରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିବା ବେଳେ ଅନେକ କଂଗ୍ରେସ କର୍ମୀ ଆହତ ହୋଇଛନ୍ତି । କିଛି ଜଣଙ୍କର ମୁଣ୍ଡ ଫାଟିଥିବା ବେଳେ ଅନେକଙ୍କ ଦେହରେ ଗଭୀର କ୍ଷତ ଲାଗିଛି। ଆହତ ମାନେ ମେଡ଼ିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତାମାନେ ଆହତମାନଙ୍କୁ ଭେଟି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । 

ସେପଟେ ବିଧାନସଭା ଘେରାଉ ଉଦ୍ୟମ ବେଳେ କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ୧୨ଜଣ ପୋଲିସ କର୍ମୀ ଆହତ ହୋଇଥିବା ଭୁବନେଶ୍ୱର ଡିସିପିଙ୍କ ସୂଚନା । ସମସ୍ତ ଆହତଙ୍କୁ ଚିକିତ୍ସା କରାଯାଉଛି । ଆନ୍ଦେଳାନ ବେଳେ କଂଗ୍ରେସ କର୍ମୀ ପୋଲିସ ଭ୍ୟାନ ଜାଳିବାକୁ ଉଦ୍ୟମ କରିଥିଲେ, ଡ୍ରାଇଭର ନିୟନ୍ତ୍ରଣ କରିଥିଲେ, ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ପୋଲିସ ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିବା ବେଳେ ୧୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ଡିସିପି ସୂଚନା ଦେଇଛନ୍ତି । ପୋଲିସ ଏବେ ସମସ୍ତ ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି, ଏହାପରେ ପଦକ୍ଷେପ ଦିଆଯିବ ବୋଲି ଭୁବନେଶ୍ୱର ଡିସିପି ଜଗମୋହନ ମୀନା କହିଛନ୍ତି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial