ପ୍ରଚଣ୍ଡ ତାତିରେ ସିଝୁଛି ଉପକୂଳରୁ ଉପାନ୍ତ । ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ଜନଜୀବନ । ୩ ଦିନ ନିସ୍ତାର ନାହିଁ । ଗତକାଲିର ହାଲୁକା ବର୍ଷା ପରେ ରାଜ୍ୟରେ ସମାନ ସ୍ଥିତି ଜାରି ରହିବ । ୩ ଦିନ ମଧ୍ୟରେ ତାପମାତ୍ରାରେ କୌଣସି ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ । ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ବିଶେଷକରି ଉପକୂଳ ଓଡ଼ିଶାରେ ଗରମ ଓ ଆର୍ଦ୍ରତା ପାଇଁ ୱାର୍ଣ୍ଣିଂ ଜାରି ହୋଇଛି । ଆଜି ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ । ରାଜ୍ୟର ଅନ୍ୟ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ବାଲେଶ୍ୱର, ଭଦ୍ରକ, ଗଜପତି, ଜଗତସିଂହପୁର, ପୁରୀ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ପାଇ ୱେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଗରମ ଓ ଆର୍ଦ୍ରତା ପାଇଁ ଯାଜପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି ହୋଇଛି । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାକୁ ଅଗ୍ରସର ହେବା ପରେ ନିଷ୍କ୍ରିୟ ରହିଛି ।
ପ୍ରଚଣ୍ଡ ତାତିରେ ସିଝୁଛି ଓଡିଶା; ୩ ଦିନ ଯାଏଁ ନାହିଁ ନିସ୍ତାର ।

Leave a Reply