ଦିନରେ ଗରମ ଅପରାହ୍ଣରେ ବର୍ଷା; ମୌସୁମୀ ବାୟୁ ସକ୍ରିୟ ହେବା ଯାଏଁ ଏଭଳି ସ୍ଥିତି ଜାରି ।

ପାଗରେ ଅସ୍ୱାଭାବିକ ପରିବର୍ତ୍ତନ । ଦିନରେ ଗରମ, ଅପରାହ୍ଣରେ ବର୍ଷା । ଦିନବେଳା ଭୀଷଣ ଗୁଳୁଗୁଳି ଓ ଗରମ ଅନୁଭୂତ ହେଉଥିବାବେଳେ ଅପରାହ୍ଣରେ ହଠାତ ପାଗରେ ପରିବର୍ତ୍ତନ ଆସୁଛି । ପ୍ରଚଣ୍ଡ ଘଡ଼ଘଡ଼ି ପବନ ସହ ବର୍ଷା ହେଉଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ସକ୍ରିୟ ହେବା ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଅସହ୍ୟ ତାତିରେ ସିଜୁଛି ସାରା ଓଡ଼ିଶା । ଉପକୂଳରୁ ଉପାନ୍ତ ସବୁଠି ତାତି । ସନ୍ଧ୍ୟାରେ ହୋଇଥିବା ବର୍ଷା ଯୋଗୁ ଆଶ୍ୱସ୍ତି ଅନୁଭବ କରିଛନ୍ତି ରାଜଧାନୀବାସୀ । ତେବେ ଆଜିଠୁ ରାଜ୍ୟରେ ତାପମାତ୍ରା କ୍ରମଶଃ ବଢିବ । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ୨ ରୁ ୩ ଡ଼ିଗ୍ରୀ ବଢିବ ତାପମାତ୍ରା । ଅନେକ ସ୍ଥାନରେ ତାପମାତ୍ରା ୪୨ ଡ଼ିଗ୍ରୀ ଅତିକ୍ରମ କରିିବା ନେଇ ଆଗୁଆ ଆକଳନ କରିଛି ପାଣିପାଗ ବିଭାଗ

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial