ଭୁଲ୍ ଇଞ୍ଜେକ୍ସନ୍ ନେଇ ୬ ରୋଗୀଙ୍କ ମୃତ୍ୟୁ ଘଟଣା । ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସହ ବରିଷ୍ଠ ଅଧିକାରୀ ସାମିଲ୍ । ନର୍ସଙ୍କ ଭୁଲ ଇଞ୍ଜେକସନରୁ ୬ ରୋଗୀଙ୍କ ମୃତ୍ୟ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ସେହି ଘଟଣାକୁ ଅନୁଧ୍ୟାନ କରିବା ପାଇଁ ମେଡିକାଲ କଲେଜ୍ ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆଜି ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଡିଏମଇଟି ଘଟଣାର ତଦନ୍ତ ପାଇଁ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । ତଦନ୍ତ ସରିବା ପରେ ବ୍ୟବଚ୍ଛେଦ ରିପୋର୍ଟ ସହ ମେଳ କରାଯିବ । ଏହାପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାତିରେ ନର୍ସଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ଏଭଳି ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ମେଡିକାଲ କର୍ତ୍ତୃପକ୍ଷ କିନ୍ତୁ ଭୁଲ ଇଞ୍ଜେକ୍ସନ କଥାକୁ ଖଣ୍ଡନ କରିଛନ୍ତି ।
ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ର ସ୍ଥିତି ଯାଞ୍ଚ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Leave a Reply