ଆଜି ଅପରାହ୍ନ ୪ଘଟିକା ସମୟରେ ଢେଙ୍କାନାଳ ସହର ସ୍ଥିତ ବାଜିଚୌକ ଛକ ଠାରୁ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଭାରତରତ୍ନଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେବେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଏଥି ନିମନ୍ତେ ଢେଙ୍କାନାଳ ପୌରାଞ୍ଚାଳ ଓ ସଦରବ୍ଲକବାସୀଙ୍କ ତରଫରୁ ସମସ୍ତ ପ୍ରକାର ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନକ୍ରମେ ଦେଶବ୍ୟାପୀ “ହର୍ ଘର୍ ତ୍ରିରଙ୍ଗା”(ପ୍ରତ୍ୟୋକ ଘରେ ତ୍ରିରଙ୍ଗା) ଅଭିଯାନ ଆରମ୍ଭ କରାଯାଇଛି । ଯାହାକୁ ପ୍ରତି ରାଜ୍ୟରେ ନିଷ୍ଠାର ସହିତ ପାଳନ କରାଯାଉଛି ।
ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସମସ୍ତ ସରକାରୀ ଅଧିକାରୀ ଓ ଯୁବପିଢି ସହ ଏନ୍.ସି.ସି.ର ଛାତ୍ରଛାତ୍ରୀ, ଏନ୍.ଏସ.ଏସ. ଶିକ୍ଷାନବିସ, ୟୁଥ୍ ରେଡ୍ କ୍ରସ୍ ର କାର୍ଯ୍ୟକର୍ତ୍ତା, ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା, ଶିକ୍ଷାନୁଷ୍ଠାନର କାର୍ଯ୍ୟକର୍ତ୍ତା, ଅନେକ ଅନୁଷ୍ଠାନର ସ୍ୱେଚ୍ଛାସେବୀ ସହ ହଜାର ହଜାର ସାଧାରଣ ଜନତା ଏହି ଅଭିଯାନରେ ସାମିଲ ହୋଇ ଏହି ଅଭିଯାନକୁ ଦ୍ୱିଗୁଣିତ କରିବା ପାଇଁ ବିନମ୍ର ନିବେଦନ କରିଛନ୍ତି ।
Leave a Reply