ନୂଆଁଖାଇ ପରଦିନ ସରକାରୀ ଛୁଟି ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା

ପ୍ରତିବର୍ଷ ପଶ୍ଚିମ ଓଡ଼ିଶାର ନୂଆଁଖାଇ ପରଦିନ ସରକାରୀ ଛୁଟି ଲାଗି ଦାବି ହୋଇ ଆସୁଥିଲା । ନୂଆଁଖାଇ ଦିନ ସରକାରୀ ଛୁଟି ହୋଇଥିବା ବେଳେ ତା ପରଦିନ ସରକାରୀ ଛୁଟି ଘୋଷଣା କରିବାକୁ ଦାବି ହୋଇଛି । ଏପରି କି ପୂର୍ବ ବର୍ଷଗୁଡ଼ିକରେ ଭାଜପା ବିରୋଧୀଦଳରେ ଥିବାବେଳେ ଏହି ଦିନକୁ ସରକାରୀ ଛୁଟିି ପାଇଁ ଅଡ଼ି ବସିଥିଲା । ନୂଆଁଖାଇ ପାଇଁ ତିନି ଦିନ ସରକାରୀ ଛୁଟି ଘୋଷଣା କରିବାକୁ ପଶ୍ଚିମ ଓଡ଼ିଶାବାସୀ ଦୀର୍ଘ ଦିନ ହେବ ଦାବି କରି ଆସୁଛନ୍ତି । ହେଲେ ତାହା ସମ୍ଭବ ହୋଇପାରୁ ନ ଥିବାବେଳେ ଶୁକ୍ରବାର ଏନେଇ ସରକାରଙ୍କ ରାଜସ୍ୱ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜସ୍ୱ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଏସଂକ୍ରାନ୍ତରେ ବିଭାଗୀୟ ଅତିରିକ୍ତ ସଚିବଙ୍କୁ ପତ୍ର ଲେଖି ଫାଇଲ କାର୍ଯ୍ୟ କରିବାକୁ କହିଥିଲେ । ତେଣୁ ଚଳିତବର୍ଷ ନୂଆଁଖାଇ ପରଦିନକୁ ଅର୍ଥାତ୍ ୨୯ ତାରିଖକୁ ସରକାର ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial