ଆଇ-ଫୋନ୍ ପାଇଁ ଜିଦ୍; ନଦେଲାରୁ ହାତ କାଟିଲା ଝିଅ

ବିହାରର ମୁଙ୍ଗେରରୁ ଆସିଛି ଏଭଳି ଅଭାବନୀୟ ଘଟଣା। ଆଇ-ଫୋନ୍ ପାଇଁ ଜିଦ୍ ଧରି ବସିଥିଲା ଝିଅ। ବାପା ମାଆଙ୍କୁ ଯେତେ ଅଳି କଲେ ବି ବାପା ମାଆ ଶୁଣିନଥିଲେ। ଅର୍ଥ ଅଭାବରୁ ଆଇ-ଫୋନ୍ କିଣିବାକୁ ଅସମର୍ଥ ଥିଲେ ପରିବାର। ଏଥିରେ ରାଗି ଝିଅଟି ନିଜର ହାତର ଶିରା କାଟିଦେଲା। ଦେଢ଼ ଲକ୍ଷ ଟଙ୍କାର ଆଇ-ଫୋନ୍ କିଣିଦେବାକୁ ଜିଦ୍ ଧରିଥିଲା ଝିଅଟି। । ୩ ମାସ ଧରି ମାଆ ପାଖରେ ଅଝଟ କରିଆସୁଥିଲା ଝିଅଟି। ଏଥିରେ ରାଗି ଘରେ ବନ୍ଦ କରିଦେଇଥିଲା ଝିଅଟି। ଆଉ ହାତର ଶିରା କାଟିଥିଲା। ପଛରେ ଝିଅଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନିଜର ଜିଦ୍ ଲାଗି ପରିବାରର ଆର୍ଥିକ ବୋଝକୁ ଅଣଦେଖା କରି ଏତେ ବଡ଼ ଷ୍ଟେପ୍ ନେଇଥିବାରୁ ଶେଷରେ ଭୁଲ୍ ବୁଝିପାରିଛି। ଆଉ ଭିଡ଼ିଓରେ କହିଛି ଯେ, ଏମିତି ଭୁଲର ଯେଭଳି ଆଗକୁ ପୁନରାବୃତ୍ତି ନହୁଏ, ସେଥିଲାଗି ଦୃଷ୍ଟି ଦେବେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial