କନ୍ଧମାଳ ଜିଲ୍ଲା ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ ଗୋଛପଡ଼ା ଥାନା ଅନ୍ତର୍ଗତ କଞ୍ଜାମାଇ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ଚଢ଼ାଉ କରି ୩୪ଟି ଗଞ୍ଜେଇ ବସ୍ତା ଜବତ କରିଛି l ଏହି ୩୪ବସ୍ତାରେ ୮କୁଇଁଟାଲ୍ ୫୦କେଜି ଗଞ୍ଜେଇ ଥିବା ଜଣାପଡିଛି l ଜବତ ଗଞ୍ଜେଇର ଆକଳନ ମୂଲ୍ୟ ୮୫ ଲକ୍ଷ ଟଙ୍କା ଥିବା ଜଣା ପଡ଼ିଛି l ତେବେ ପୋଲିସ କୌଣସି ବିଶେଷ ସୂତ୍ରରୁ କଞ୍ଜାମାଇ ଜଙ୍ଗଲରେ ଗଞ୍ଜେଇ ଚୋରା କାରବାର ଚାଲିଛି ବୋଲି ଜାଣିପାରିଥିଲା। ଅବକାରୀ ଅଧିକ୍ଷକ ସୁଶାନ୍ତ କୁମାର ପାଢ଼ୀଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ୨୦ଜଣିଆ ଟିମ୍ ଯାଇ ଚଢାଉ କରିଥିଲେ l ସୂଚନା ଅନୁଯାଇ ଟିମ ଗୋଛାପଡା ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଜଙ୍ଗଲରେ ଚଢ଼ାଉ କରିଥିଲେ l
କନ୍ଧମାଳ ଜିଲ୍ଲାରୁ ୮୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ।

Leave a Reply