ରାଜନୀତିରୁ ସନ୍ନ୍ୟାସ ନେଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ BJD ନେତା ରଘୁନନ୍ଦନ ଦାସ

ରାଜନୀତିରୁ ସନ୍ନ୍ୟାସ ନେଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ BJD ନେତା ରଘୁନନ୍ଦନ ଦାସ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ରଘୁନନ୍ଦନ । ସେ କହିଛନ୍ତି, ଟିକେଟ୍ ମିଳିଲାନି ବୋଲି ଅସନ୍ତୋଷ ନାହିଁ । ଅସନ୍ତୋଷ ଥିଲେ ବିଦ୍ରୋହ କରିଥାନ୍ତି, ଆଉ ବାଲିକୁଦାରେ ବିଜେଡି ହାରିଥାନ୍ତା । ସ୍ୱାସ୍ଥ୍ୟଗତ କାରଣରୁ ରାଜନୀତିରେ ସକ୍ରିୟ ନାହିଁ । ଧରି ନିଅନ୍ତୁ ଯେ, ମୁଁ ରାଜନୀତିରୁ ଅବସର ନେଇଗଲି । ହେଲେ ବିଜେଡି ପ୍ରତି ମୋ ଆନୁଗତ୍ୟ ରହିବ ।

ନବମ ଥର ପାଇଁ ନବୀନ ବିଜେଡି ସଭାପତି ହେବା ପରେ ରଘୁନନ୍ଦନ ନବୀନଙ୍କୁ ଦେଖା କରିବାକୁ ନବୀନ ନିବାସ ଆସିଥିଲେ। ଏହି ସମୟରେ ରଘୁନନ୍ଦନ କହିଥିଲେ,ମୋର କିଛି ବ୍ୟକ୍ତିଗତ କଥା ଥିଲା। ମୁଁ ନିଜର ବ୍ୟକ୍ତିଗତ କଥା ପାଇଁ ନବୀନଙ୍କ ପାଖକୁ ଆସିଥିଲି। ମୋର କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଛି। ମୋ ଦେହ ଅସୁସ୍ଥ ଥିଲା। ଏଥିପାଇଁ ମୁଁ ରାଜନୀତିରେ ଏତେ ସକ୍ରିୟ ନାହିଁ। ଧରି ନିଅନ୍ତୁ ଯେ, ମୁଁ ରାଜନୀତିରୁ ଅବସର ନେଇ ଗଲି। ହେଲେ ବିଜେଡି ପ୍ରତି ମୋ ଆନୁଗତ୍ୟ ରହିବ।। ମୋ ଶରୀର ଅସୁସ୍ଥତା ଯୋଗୁ ରାଜନୀତିରେ ଅଧିକ ସମୟ ଦେଇପାରୁ ନାହିଁ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial