କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ବାଣ୍ଟିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ।

ଅକ୍ଷର ବ୍ୟୁରୋ: ଆଜି କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଗସ୍ତ କରିଥିଲେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାହାଙ୍ଗା ସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏକ ବିଶାଳ ବାଇକ୍ ରାଲି ଯୋଗେ ମାହାଙ୍ଗା ନିର୍ବାଚନ ମଣ୍ଡଳୀଠାରୁ କୂଆଁପାଳ ଗ୍ରାମ ପଞ୍ଚାୟତ ଯାଏଁ ମନ୍ତ୍ରୀଙ୍କୁ ସମ୍ବୋର୍ଦ୍ଧନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଅଞ୍ଚଳବାସୀଙ୍କୁ ସମ୍ବୋଧିତ କରିବା ସହ ୬୯୧ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ, ୩୭୧ ଜଣଙ୍କୁ ନୂତନ ଭତ୍ତା ଏବଂ ୩୪୯ ଜଣଙ୍କୁ ଅନ୍ତୋର୍ଦୟ ଆବାସ ଗୃହ ବଣ୍ଟନ କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ କହିଛନ୍ତି ‘ଏକ ବିଶାଳ ରାଲିରେ ମତେ ଏଠାକୁ ଆଣିଥିବାରୁ ମୁଁ କୃତଜ୍ଞ, ଏଠି ଏକ ଜନହିତକର କାର୍ଯ୍ୟର ଶୁଭାରମ୍ଭ କରିବାକୁ ଯାଉଛି’ । ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ କରିବା ସହ କିଛି ଅଯୋଗ୍ୟ ହିତାଧିକାରୀଙ୍କ ରାସନ କାର୍ଡ କଟିବା କଥା ମଧ୍ୟ କହିଛନ୍ତି । ସେ କହିଛନ୍ତି ‘ଇକେୱାଇସି ଦ୍ୱାରା ୬ଲକ୍ଷ ୩୮ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ କାର୍ଡ କଟାଯାଇଛି । ତେବେ ବର୍ତ୍ତମାନର ସରକାର ଲୋକଙ୍କ ସରକାର, ସେ ଲୋକଙ୍କ ଦୁଃଖ ଶୁଣିବା ସହ କାର୍ଯ୍ୟ ମଧ୍ୟ କରୁଛନ୍ତି’ ବୋଲି ମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, ମାହାଙ୍ଗା ବିଡ଼ିଓ ସୁଭାଶିଷ ପାଲଟା, କଟକ ଜିଲ୍ଲା ଯୋଗାଣ ଅଧିକାରୀ ଚନ୍ଦ୍ରଶେଖର ପାତ୍ର ଏବଂ ନିର୍ବାଚନ ମଣ୍ଡଳୀର ଏକାଧିକ ନିର୍ବାଚିତ ଜନପ୍ରତିନିଧି ଓ ହଜାର ହଜାର ଜନସାଧାରଣ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial