ରାଜ୍ୟରେ କାଲିଠାରୁ ବନ୍ୟା ସ୍ଥିତି ସ୍ୱାଭାବିକ, ସୂଚନା ଦେଲେ ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀ ।

ରାଜ୍ୟରେ ବନ୍ୟା ସ୍ଥିତି ନେଇ ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା । କାଲିଠାରୁ ସ୍ଥିତି ସ୍ୱାଭାବିକ ହେବ କହିଲେ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । ସୁବର୍ଣ୍ଣରେଖା ସ୍ଥିତିରେ ସୁଧାର ଆସୁଛି, ସଂଧ୍ୟା ସୁଦ୍ଧା ବିପଦ ସଙ୍କେତ ତଳକୁ ଖସିବ । ଆଖୁଆପଦାରେ ବୈତରଣୀ ନଦୀ ବିପଦ ସଙ୍କେତ ତଳେ ଅଛି ।ମରାମତି କାମ କାଲି କିମ୍ବା ପଅରଦିନ ଆରମ୍ଭ ହେବ-ସର୍ବୋଚ୍ଚ ଯନ୍ତ୍ରୀ । ବଂଶଧାରା, ନାଗାବଳୀ, କୋଲାବରେ ସାମାନ୍ୟ ଅଧିକ ବର୍ଷା ହୋଇଛି । ହୀରାକୁଦର ୪ଟି ଗେଟ୍ ବନ୍ଦ, ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ମୁଣ୍ଡଳିରେ ୩ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି, ଯାହାକି ସ୍ୱାଭାବିକ । କାଣୀ ନଦୀରେ ଘାଇ ଯୋଗୁଁ ଯାଜପୁର ଜିଲ୍ଲା ସର୍ବାଧିକ ପ୍ରଭାବିତ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial