ଭାରତର ଗୁପ୍ତ ସାମରିକ ସୂଚନା ପାକିସ୍ତାନକୁ ପଠାଉଥିବା ଅଭିଯୋଗରେ ମହିଳା ୟୁଟ୍ୟୁବର ଜ୍ୟୋତି ରାଣୀ ଗିରଫ:

ଭାରତର ଅପରେସନ ସିନ୍ଦୂର ପରେ ପାକିସ୍ତାନ ସହିତ ଜାରି ରହିଛି ଉତ୍ତେଜନା । ଏହା ଭିତରେ ଭାରତରେ ଏକ ଗୁପ୍ତଚର ରାକେଟ୍‌ ଠାବ କରାଯାଇଛି । ସୁରକ୍ଷା ଏଜେନ୍ସିଗୁଡ଼ିକ ପଞ୍ଜାବ ଏବଂ ହରିୟାଣାରୁ ଛଅ ଜଣ ଗୁପ୍ତଚରଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଏମାନେ ହରିୟାଣାର କୈଥଲ, ହିସାର, ନୁହ ଏବଂ ପାନିପତ ଏବଂ ପଞ୍ଜାବର ମାଲେରକୋଟଲାରୁ ଗିରଫ ହୋଇଛନ୍ତି । ଏମାନଙ୍କ ଉପରେ ଭାରତର ଗୁପ୍ତ ସାମରିକ ସୂଚନା ପାକିସ୍ତାନକୁ ପଠାଉଥିବା ଅଭିଯୋଗ ରହିଛି ।

ଭାରତର ଗୁପ୍ତ ସାମରିକ ସୂଚନା ପାକିସ୍ତାନକୁ ପଠାଇବା ଅଭିଯୋଗରେ ସୁରକ୍ଷା ଏଜେନ୍ସି ହରିୟାଣାର ହିସାରରୁ ମହିଳା ୟୁଟ୍ୟୁବର ଜ୍ୟୋତି ରାଣୀଙ୍କୁ ଗିରଫ କରିଛି । ଏହି ୟୁଟ୍ୟୁବର ୨୦୨୩ ମସିହାରେ ତାଙ୍କ ଟ୍ରାଭେଲ୍ ଚ୍ୟାନେଲ୍ “ଟ୍ରାଭେଲ୍ ୱିଥ୍ ଜୋ”ର ସୁଟିଂ ପାଇଁ ପାକିସ୍ତାନ ଯାଇଥିଲେ । ସେଠାରେ ସେ ପାକିସ୍ତାନ ଦୂତାବାସର ଜଣେ ଅଧିକାରୀଙ୍କ କହିବା ଅନୁସାରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIର ଅଧିକାରୀଙ୍କ ସମ୍ପର୍କରେ ଆସିଥିଲେ । ସେବେଠାରୁ ସେ ଲଗାତାର ଭାବରେ ଭାରତ ବିରୋଧୀ ସୂଚନା ପାକିସ୍ତାନକୁ ପଠାଉଥିଲେ । 

ନିକଟରେ ଭାରତ ସରକାର ପାକିସ୍ତାନ ହାଇକମିସନର ଅଧିକାରୀ ଦାନିଶଙ୍କୁ ୨୪ ଘଣ୍ଟା ମଧ୍ୟରେ ଭାରତ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ । ଦାନିଶଙ୍କ ନିର୍ଦ୍ଦେଶରେ କାମ କରୁଥିବା ମୋଟ ୬ ଜଣ ପାକିସ୍ତାନୀ ଗୁପ୍ତଚରଙ୍କୁ ଗିରଫ କରାଯାଇଛି । ଏହି ୟୁଟ୍ୟୁବରମାନେ ସମସ୍ତେ ଦାନିଶଙ୍କ ସମ୍ପର୍କରେ ଥିଲେ । ୟୁଟ୍ୟୁବର ଜ୍ୟୋତି ମଧ୍ୟ ଦାନିଶଙ୍କ ସମ୍ପର୍କରେ ଥିଲେ ଏବଂ ଦାନିଶ ତାଙ୍କୁ ଭିସା କରାଇ ପାକିସ୍ତାନ ପଠାଇଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial