ଦେବଗଡ଼ ଜିଲ୍ଲା ରିଆମାଳ କଣ୍ଟାବାହାଳ ପଞ୍ଚାୟତରେ ହାତୀ ଆକ୍ରମଣ

ଦେବଗଡ଼ ଜିଲ୍ଲା ରିଆମାଳ ବନଞ୍ଚଳର କଣ୍ଟାବାହାଳ ପଞ୍ଚାୟତ ବ୍ରାହ୍ମଣୀପାଲି ଗ୍ରାମରେ ଘଟିଛି ଏକ ଭୟାନକ ଘଟଣା । ହାତୀ ଆକ୍ରମଣରେ ଆହତ ହୋଇଛନ୍ତି ବ୍ରାହ୍ମଣୀପାଲି ଗ୍ରାମର ଲୋକନାଥ ମାଝୀ । ଆଜି ଭୋର୍ ୪ଟା ସମୟରେ ଲୋକନାଥ ମାଝୀ ଘର ପଛପଟ ଆମ୍ୱ ବାରିକୁ ଆମ୍ୱ ଗୋଟାଇବାକୁ ଯାଇଥିଲା ବେଳେ ହାତୀ ଆକ୍ରମଣ କରିଥିଲା । ହାତୀ ଆକ୍ରମଣରେ ଲୋକନାଥ ମାଝୀ(ବୟସ ୬୭)ଙ୍କର ଗୋଟିଏ ହାତ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଅଣ୍ଟା ମଧ୍ୟ ଭାଙ୍ଗି ଗୁରୁତର ଆହାତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଦେବଗଡ଼ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । । ବନରକ୍ଷୀ, ବନଞ୍ଚଳ ଅଧିକାରୀ ଏବଂ କଣ୍ଟାବାହାଳ ସରପଞ୍ଚ ଘଟଣା ସ୍ଥଳ ଅନୁଧ୍ୟାନ କରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଥିଲେ । ହାତୀ ଆକ୍ରମଣ ବାରମ୍ବାର ହେଉଥିବା ବେଳେ ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ପାଖରେ ଗ୍ରାମ ବାସୀ ଦାବୀ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial