ମିଆଁମାର ପରେ ଏବେ ପାକିସ୍ତାନରେ ଭୂମିକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୪.୩ ।

ମିଆଁମାର ଥାଇଲାଣ୍ଡ ପରେ ଏବେ ଭୂମିକମ୍ପରେ ଥରିଲା ପାକିସ୍ତାନ । ଆଜି ଭୋର ପ୍ରାୟ ୩ଟାରେ ପାକିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂମିକମ୍ପର ତୀବ୍ରତା ପାଖାପାଖି ୪.୩ ଥିଲା । ବର୍ତ୍ତମାନସୁଦ୍ଧା କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ। ଏହାପୂର୍ବରୁ ଗତକାଲି ବେଲୁଚିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଇଦ୍ ଦିନ କରାଚୀରେ ହୋଇଥିବା ଭୂମିକମ୍ପର କିଛି ଘଣ୍ଟା ପରେ ଏହି ଭୂମିକମ୍ପ ଆସିଥିଲା । ଯାହା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । USGS ଅନୁଯାୟୀ, ବେଲୁଚିସ୍ତାନର ବାରଖାନ ଜିଲ୍ଲାରେ ହୋଇଥିବା ଭୂମିକମ୍ପର ତୀବ୍ରତା ୩.୯ ଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ଭୂମିରୁ ୧୨ କିଲୋମିଟର ଗଭୀରରେ ଅବସ୍ଥିତ ଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ବାରଖାନରୁ ଉତ୍ତର-ପଶ୍ଚିମରେ ୫୯ କିଲୋମିଟର ଦୂରରେ ଥିଲା । ତଥାପି, ଭୂମିକମ୍ପ ମୃଦୁ ଥିବାରୁ କୌଣସି କ୍ଷୟକ୍ଷତିର ରିପୋର୍ଟ ହୋଇନାହିଁ।

ରିପୋର୍ଟ ଅନୁଯାୟୀ, ଇଦ୍ ଦିନ ପାକିସ୍ତାନର କରାଚୀରେ ହେଇଥିବା ଭୂକମ୍ପ ଝଟକାର ତୀବ୍ରତା ୪.୭ ଥିଲା । USGS ଅନୁଯାୟୀ, ଏହି ଭୂମିକମ୍ପର ପ୍ରକୃତ ତୀବ୍ରତା ୪.୬ ଥିଲା। ଏହାର କେନ୍ଦ୍ରସ୍ଥଳ ବେଲୁଚିସ୍ତାନର ପୂର୍ବ-ଦକ୍ଷିଣପୂର୍ବରେ ୬୫ କିଲୋମିଟର ଦୂରରେ ୧୦ କିଲୋମିଟର ଗଭୀରତାରେ ଅବସ୍ଥିତ ଥିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial