ଆଜି ପବିତ୍ର ଇଦ୍-ଉଲ୍-ଫିତର୍ । ଏକ ମାସର ରମଜାନ ବ୍ରତ ରଖିଲା ପରେ ଆଜି ମୁସଲିମ ସମ୍ପ୍ରଦାୟର ସମସ୍ତ ଛୋଟଠୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ଏହି ପର୍ବରେ ସାମିଲ ହୋଇଛନ୍ତି । ପାରମ୍ପରିକ ଭାବରେ କୁର୍ତ୍ତା, ପାଇଜାମା ଏବଂ ଟୋପି ପିନ୍ଧି ଏକତ୍ରିତ ହୋଇ ସମସ୍ତେ ଇଦ୍ ପାଳନ କରୁଛନ୍ତି। ମସଜିଦରେ ସାମୁହିକ ନମାଜ ପାଠ ଚାଲିଛି।
ମୁସଲମାନ ମାନଙ୍କ ପାଇଁ ଇଦ ଏକ ବଡ଼ ପର୍ବ । ଇଦ୍ ସହ ଶେଷ ହୁଏ ଦୀର୍ଘ ଏକ ମାସ ଧରି ଚାଲିଥିବା ଉପବାସ । ଏହି ରମଜାନ ମାସକୁ ଇସଲାମରେ ସବୁଠାରୁ ପବିତ୍ର ମାସ କୁହାଯାଏ । ଏହି ସମୟରେ ଦାନଧର୍ମ କରାଯାଇଥାଏ । ଏହା ମଧ୍ୟ ବିଶ୍ଵାସ ରହିଛି ରୋଜା ରଖି ନମାଜ ପଢ଼ିଲେ ଈଶ୍ୱର ସାରାବର୍ଷର ପାପ କ୍ଷମା କରନ୍ତି ଏବଂ ପୁଣ୍ୟ ମିଳିଥାଏ। ଇଦ୍ ଅବସରରେ ପ୍ରଶାସନ ଓ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। ତେବେ ଇଦ୍ ସତ୍ତ୍ୱେ ଆଜି ଦେଶବ୍ୟାପୀ ଖୋଲା ରହିବ ସମସ୍ତ ବ୍ୟାଙ୍କ। ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ରିଜର୍ଭ ବ୍ୟାଙ୍କ। ବର୍ଷ ଶେଷ ଆର୍ଥିକ କାରବାରକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ଆରବିଆଇ। ମାର୍ଚ୍ଚ ୩୧ରେ ରାଜସ୍ୱ ବର୍ଷ ଶେଷ ହେଉଥିବାବେଳେ ଇଦକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରାଯାଇଥିଲା। ମାତ୍ର ଏହି ନିର୍ଦ୍ଦେଶକୁ ପ୍ରତ୍ୟାହୃତ କରାଯାଇଛି।
Leave a Reply