କଣ୍ଟିଲୋରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଦିନିକିଆ ଓଡ଼ିଶା ଗସ୍ତରେ ଆସି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ସ୍ୱତନ୍ତ୍ର ବିମାନରେ ନୟାଗଡ଼ ଜିଲା କଣ୍ଟିଲୋରେ ପହଞ୍ଚିଛନ୍ତି। ମହାମହିମ ନୀଳମାଧବଙ୍କୁ ଦର୍ଶନ କରିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନିର୍ଦ୍ଧାରିତ ସମୟରେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପରେ ସେଠାରୁ ସେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଆସି ନୟାଗଡ଼ ଜିଲ୍ଲା କଣ୍ଟିଲୋରେ ପହଞ୍ଚିଛନ୍ତି। କଣ୍ଟିଲୋ ପଲଟନ ପଡିଆରେ ଅବତରଣ କରି ମହା ମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାର ଯୋଗେ ନୀଳମାଧବଙ୍କ ମନ୍ଦିର ଆଭିମୁଖ୍ୟ ବାହାରି ଯାଇଛନ୍ତି। ସେଠାରେ ନୀଳମାଧବଙ୍କ ଦର୍ଶନ ସହ ପୁରୋହିତ ମାନଙ୍କ ସହ କିଛି ଆଲୋଚନା କାର୍ଯ୍ୟକ୍ରମ ରହିଛି। ଏହାପରେ ଜଗନ୍ନାଥଙ୍କ ଆଦି କ୍ଷେତ୍ର ଶବର ରାଜା ବିଶ୍ୱାବସୁ ପିଠ କାଳିଆପଲ୍ଲୀରେ ଆୟୋଜିତ ଯଜ୍ଞରେ ପୂର୍ଣ୍ଣାହୂତି ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ କଣ୍ଟିଲୋ ଆଜି ଜନାରଣ୍ୟ ହୋଇପଡ଼ିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial