ଅକ୍ଷର ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଡବଲ ଏନକାଉଣ୍ଟର କଲା ପୋଲିସ। ଏନକାଉଣ୍ଟର କରିଛି ପୋଲିସର ସ୍ପେଶାଲ ସ୍କ୍ୱାର୍ଡ। ବହୁଦିନ ହେବ ରାଜଧାନୀରେ ବେଶ୍ ଲୁଟପାତ ମଚେଇଥିଲେ ଏହି ଦୁଇ ଲୁଟେରା। ବାଇକ ଧରି ଦିନ ଦ୍ୱିପହରରେ ମଧ୍ୟ ଚଲେଇଥିଲେ ଲୁଟ୍। ଏମାନଙ୍କୁ ଧରିବା ପାଇଁ ଦୀର୍ଘଦିନ ଧରି ଯୋଜନା କରୁଥିଲା କମିଶନରେଟ୍ ପୁଲିସ। ଏହି ଦୁଇ କୁଖ୍ୟାତ ଅପରାଧୀଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡିଛି।
ତେବେ ରାଜଧାନୀରେ କିଛିଦିନ ରହି ଲୁଟ କରିସାରିବା ପରେ ପୁରୀ ଯାଇ ଲୁଟପାତ ଚଲେଇଥିଲେ ଓ ସେଠାରୁ ପୁଣି ବିହାର ଚାଲିଯାଇଥିଲେ। ତେବେ ପୁଣି ରାଜଧାନୀ ଆସି ବଡ଼ଗଡ଼ ଅଞ୍ଚଳରେ ପୁଣି ଲୁଟ୍ କରିବାକୁ ପ୍ରସ୍ତୁତ କରୁଥିବାବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ପୋଲିସ। ଗୁଇନ୍ଦା ସୂଚନାକୁ ଆଧାର କରି ଜାଲ ବିଛାଇଥିଲା ପୋଲିସ। ଦୁଇ ଅପରାଧୀଙ୍କୁ ଧରିବାକୁ ଉଦ୍ୟମ କଲାବେଳେ ପୋଲିସକୁ ଗୁଳିମାଡ଼ କରିଥିଲେ ଲୁଟେରା ଫଳରେ ପୋଲିସର ପାଲଟା ଗୁଳିଚାଳନାରେ ଦୁଇଜଣ ଆହତ ହୋଇଥିଲେ। ଆହତ ଦୁଇ ଲୁଟେରା ହେଲେ ସୋନୁ ଯାଦବ ଓ ମନୀଷ ଯାଦବ। ଗୁରୁତର ଅବସ୍ଥାରେ ଦୁଇ ଲୁଟେରାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ପାଖରୁ ଦୁଇଟି ବନ୍ଧୁକ ମଧ୍ୟ ଜବତ କରିଛି ପୋଲିସ। ଏଥିରେ ଅନ୍ୟ କାହାରି ସମ୍ପୃକ୍ତି ଅଛି କି ନାଇ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।
Leave a Reply