ବନ୍ୟାପାଣିରେ ପଶି ଗର୍ଭବତୀ ମହିଳାଙ୍କୁ ଟ୍ରଲିରେ ବୋହିଲେ ଡାକ୍ତର ।

ବନ୍ୟାପାଣିରେ ପଶି ଗର୍ଭବତୀ ମହିଳାଙ୍କୁ ଟ୍ରଲିରେ ବୋହିଲେ ଡାକ୍ତର । ଟ୍ରଲିରେ ଟାଣି ଟାଣି ଆଣି ମେଡିକାଲରେ ନିଜେ ଭର୍ତ୍ତି କଲେ । କେନ୍ଦ୍ରାପଡ଼ା ରାଜନଗର ମେଡିକାଲ ଅଫିସର ଡାକ୍ତର ରଶ୍ମୀ ରଞ୍ଜନ ମହାନ୍ତିଙ୍କ ରୋଗୀ ସେବାକୁ ଏବେ ଭୁରି ଭୁରି ପ୍ରଶଂସା କରୁଛନ୍ତି ଅଞ୍ଚଳବାସୀ । ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ପଶିଛି । ଫଳରେ ଅନେକ ସ୍ଥାନ ଜଳମଗ୍ନ ହୋଇଛି । ମୁଖ୍ୟରାସ୍ତାରେ ବନ୍ୟାପାଣି ପ୍ରବାହିତ ହେଉଛି । ଯାହା ଫଳରେ ଯୋଗାଯୋଗ ବିଛିନ୍ନ ହୋଇଛି ।

ଏହାରି ଭିତରେ ରାଜନଗର ବ୍ଲକ ଚକିବାଙ୍କ ଗାଁର ସଂଘମିତ୍ରା ରାଉତଙ୍କୁ ଗର୍ଭ ଯନ୍ତ୍ରଣା ହେଉଥିବାବେଳେ ବନ୍ୟା ପାଇଁ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରି ନଥିଲା । ଫଳରେ ଡାକ୍ତର ରଶ୍ମି ରଞ୍ଜନ ମହାନ୍ତି ଓ ତାଙ୍କ ଟିମ୍‌ ବନ୍ୟା ପାଣିରେ ଚାଲି ଚାଲି ଯାଇ ତାଙ୍କ ଘର ନିକଟରେ ପହଂଚିଥିଲେ । ଏହାସହ ଗର୍ଭବତୀଙ୍କୁ ଟ୍ରଲିରେ ବୋହି ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ସେଠାରୁ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରିଛନ୍ତି ଡାକ୍ତର । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial