ଖଣ୍ଡପଡ଼ା ଅଞ୍ଚଳରେ ବେଆଇନି ଭାବେ ଚାଲିଥିଲା ଦେଶୀମଦକୁ ନଷ୍ଟ କଲା ପୋଲିସ ।

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଅଞ୍ଚଳରେ ଦିନକୁ ଦିନ ବଢି଼ବାରେ ଲାଗିଛି ବେଆଇନ ଚୋରା ଦେଶୀ ମଦ ବେପାର । ଏନେଇ କୌଣସି ମତେ ଖବର ପାଇଁ E.I & E.B unit-II, Central Division, Cuttack ଡେପୁଟି କମିଶନର ଡମ୍ବୁରଧର ଖଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଡେପୁଟି ସୁପରିଟେଣ୍ଡେଣ୍ଟ ବିକାଶ କୁମାର ନାୟକ ଏବଂ IIC ଧିରେନ କୁମାର ବେହେରା, ASI ଥବିର କୁମାର ପଟନାୟକଙ୍କ ନେତୃତ୍ଵରେ ଏକ ଟିମ୍ ଗଠନ କରାଯାଇଥିଲା। ପରେ, ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଯୋଗିଆପଲ୍ଲୀ ପଞ୍ଚାୟତ ବଡ଼ହାମରା,ବଢିଝାର ଅଞ୍ଚଳରେ ଖୋଲାମ ଖୋଲା ବେଆଇନି ଭାବେ ଚାଲିଥିଲା ଦେଶୀ ମଦ ରନ୍ଧା ସ୍ଥାନରେ ପହଞ୍ଚିଥିଲା ପୋଲିସ। ସେଠାରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଧରିବା ସହ ତିଆରି ହେଉଥିବା ୪୮୦୦ ଲିଟର ପୋଚ ସହ ୨୯୫ ଲିଟର ଦେଶୀ ମଦକୁ ନଷ୍ଟ କରିଥିଲା ପୋଲିସ। ଯାହାର ସୂଚନା ଦେଇଛନ୍ତି ଡେପୁଟି ସୁପରିଟେଣ୍ଡେଣ୍ଟ |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial