ଯୋଗ୍ୟ ହୋଇଥିଲେ ନିଶ୍ଚୟ ପାଇବେ ସୁଭଦ୍ରା ଟଙ୍କା: ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ମଗାଯାଇଥିବା ତଥ୍ୟରେ ଯେଉଁମାନେ ଯୋଗ୍ୟ ହିତାଧିକାରୀ ଥିବେ ସେମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ । ଯେଉଁମାନେ ଅଯୋଗ୍ୟ ଥିବେ ସେମାନଙ୍କ ନାମ କଟାଯିବ । ଅନେକ ଯୋଗ୍ୟ ହିତାଧିକାରୀ ମହିଳା ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି । ସେମାନେ କାହିଁକି ବଞ୍ଚିତ ହେଲେ, ରାସନ କାର୍ଡ ଅଛି କି ନାହିଁ, kyc update ହୋଇଛି କି ନାହିଁ ଏବଂ ଅନ୍ୟାନ୍ୟ ଯାହା ଯାହା ଦରକାର ତାହା ତର୍ଜମା କରିବା ପାଇଁ ଆଜି ସାଢ଼େ ୧୨ଟାରେ ବସିଛି ସମୀକ୍ଷା ବୈଠକ । ଏଥିପାଇଁ ସବୁ ବିଭାଗର ଅଧିକାରୀ ମାନଙ୍କୁ ଡକାଯାଇଛି । ଯେଉଁମାନେ ପୂର୍ବରୁ ସୁଭଦ୍ରା ଟଙ୍କା ପାଇଥିଲେ ଏବେ ଦୁଇଟି ଯାକ କିସ୍ଥି କଟିଯାଇଛି ଏକାବେଳେ ସେମାନଙ୍କୁ  ଦୁଇଟିଜକ କିସ୍ଥି ଦିଆଯିବ । ତେଣୁ ଏଭଳି ଅନେକ ଅଭିଯୋଗ କିଛିଦିନ ହେଲା ରାଜ୍ୟ ସରକାରଙ୍କ ହସ୍ତଗତ ହେବା ପରେ ବିଭାଗ ଏପରି ନିଷ୍ପତି ନେଇଛି । ଏଥିରେ ବିଚଳିତ ହେବାର କିଛି ନାହିଁ । ଯେଉଁମାନେ ବଞ୍ଚିତ ହୋଇଛନ୍ତି ସେମାନେ ଯୋଗ୍ୟ ହୋଇଥିଲେ ନିଶ୍ଚୟ ପାଇବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ସୁଭଦ୍ରା ଯୋଜନାର ସମୀକ୍ଷା ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial